ଧୋନୀଙ୍କ ରାସ୍ତାରେ କ୍ୟାପ୍‌ଟେନ୍‌ ହାର୍ଦ୍ଦିକ, ସିରିଜ୍‌ ବିଜୟ ପରେ ଉମ୍‌ରାନ୍‌ଙ୍କୁ ଧରାଇଲେ ଟ୍ରଫି

ମୁମ୍ବାଇ ୨୯।୦୬: ଆୟରର୍ଲାଣ୍ଡରେ ସିରିଜ୍‌ କବ୍‌ଜା କରିଛି ଭାରତ । ଟି-୨୦ ସିରିଜ୍‌କୁ ୦-୨ରେ ଜିତିଛି ଟିମ ଇଣ୍ଡିଆ । ଟିମ୍‌ର ଏହି ବିଜୟରେ ଅନେକ ହିରୋ ସାମ୍ନାକୁ ଆସିଛନ୍ତି । କିନ୍ତୁ ସିରିଜ୍‌ କବ୍‌ଜା ପରେ ସମସ୍ତଙ୍କୁ ମନେପଡିଗଲା ଧୋନୀଙ୍କ କଥା। ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ଟ୍ରଫି ହାତେଇଥିଲେ , ସେତେବେଳେ ସମସ୍ତଙ୍କୁ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ କଥା ମନେପଡିଥିଲା । ଖବର ଅନୁଯାୟୀ, ଟି-୨୦ ସିରିଜ୍‌କୁ କ୍ଲିନ୍‌ ସ୍ୱିପ୍‌ ପରେ ଟିମ୍‌ ଇଣ୍ଡିଆକୁ ଟ୍ରଫି ମିଳିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ହାତେଇଥିଲେ । ହାର୍ଦ୍ଦିକ ଟ୍ରଫିକୁ ଗ୍ରହଣ କରିବା ପରେ ତୁରନ୍ତ ଟିମ୍‌ ସବୁଠାରୁ ୟଙ୍ଗ ଖେଳାଳି ଉମରାନ୍ ମଲ୍ଲିକଙ୍କୁ ଦେଇଥିଲେ । ଉମ୍‌ରାନ୍‌ ମଲ୍ଲିକ ଟ୍ରଫି ସହ ପୋଜ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.