ଉଦୟପୁର ଘଟଣାରେ ଟ୍ୱିଟ କଲେ କ୍ରିକେଟର ଇରଫାନ୍ ପଠାନ୍

ଉଦୟପୁର ୨୯/୬ : ରାଜସ୍ଥାନର ଉଦୟପୁରରେ ହୋଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କୁ ହତ୍ୟା ଘଟଣା ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାକୁ ନେଇ ସବୁଠି ହଇଚଇ । ବିଶେଷ କରି କ୍ରିକେଟ ଜଗତର ଖେଳାଳି ଏହାକୁ ତୀବ୍ର ନିନ୍ଦା କରିଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଏହାକୁ ଘୋର ନିନ୍ଦା କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ‘ ଆପଣ କେଉଁ ଧର୍ମରେ ବିଶ୍ୱାସ କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । କିନ୍ତୁ କୌଣସି ନିର୍ଦ୍ଦୋଷକୁ ହତ୍ୟା କରିବା ବାସ୍ତବରେ ମାନବିକତାର ହତ୍ୟା । ଆଉ ଇରଫାନଙ୍କ ଟ୍ୱିଟ ପରେ ସବୁଠି ହଟଚମଟ ଆରମ୍ଭ ହୋଇଛି । ଟ୍ୱିଟକୁ ନେଇ ଭଡକିଛନ୍ତି ହଜାର ହଜାର ୟୁଜର୍ସ । ଜଣେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେବାକୁ ଯାଇ କହିଛନ୍ତି ଯେ, ‘ଇରଫାନ୍ ସିଧାସଳଖ ଏହି କଥା ନିଜ ସମ୍ପ୍ରଦାୟକୁ ବୁଝାଇବାକୁ ଚେଷ୍ଟା କରନ୍ତୁ ।

Leave A Reply

Your email address will not be published.