ଘରକୁ ଆସିବେ ବୋଲି ଫୋନ୍‌ କରିଥିଲେ, ହେଲେ ୧୫ ଦିନ ହେଲା ଘରକୁ ଆସିନାହାନ୍ତି…

ଦେବଗଡ଼ ୨୯।୦୬ :  କାମ କରିବାକୁ ଚେନ୍ନାଇ ଯାଇଥିଲେ । ଘରକୁ ଆସୁଛନ୍ତି ବୋଲି ଫୋନ୍‌ କରିଥିଲେ । ହେଲେ ଆଉ ଆସିନଥିଲେ । ଇତିମଧ୍ୟରେ ୧୫ ଦିନ ବିତିଗଲାଣି । ହେଲେ ମିଳିନାହିଁ ଶ୍ରମିକଙ୍କ ପତ୍ତା । ଦେବଗଡ଼ ଜିଲ୍ଲା ବଡଡଙ୍ଗାଘାଟ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି । ଖବର ଅନୁଯାୟୀ,  ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ବଡଡଙ୍ଗାଘାଟ ଗାଁର ୩୭ ବର୍ଷୀୟ  ତ୍ରୀନାଥ ପେଣ୍ଠଇ ଓ ତାଙ୍କ ଭାଇ ରଘୁ ପେଣ୍ଠଇ  ତିନି ମାସ ତଳେ ଚେନ୍ନାଇକୁ କାମ କରିବାକୁ ଯାଇଥିଲେ। ଉଭୟ ଭାଇ ବଡପେରୁମ୍ବକମର ସୁବାସ ନଗର ଅଞ୍ଚଳରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ବଡଭାଇ ତ୍ରୀନାଥ ଚଳିତ ମାସ ୧୩ ତାରିଖରେ ଘରକୁ ଫେରିବା ପାଇଁ କମ୍ପାନୀରୁ ଛୁଟି ନେଇ ବାହାରିଥିଲେ । ଏସମ୍ପର୍କରେ ତ୍ରୀନାଥ ରେଳଷ୍ଟେସନରେ ପହଞ୍ଚିବା ପରେ ସ୍ତ୍ରୀଙ୍କୁ ଫୋନ୍ କରି ଜଣାଥିବା ବେଳେ ସାନଭାଇ ରଘୁ ପେଣ୍ଠଇ ମଧ୍ୟ ଜଣାଇଥିଲେ। ତ୍ରୀନାଥ ଜୁନ ମାସ ୧୪ ତାରିଖରେ ସମ୍ବଲପୁର ରେଳଷ୍ଟେସନରେ ପହଞ୍ଚିବା ବେଳେ ଆଜି ପର୍ଯ୍ୟନ୍ତ ଘରେ ପହଞ୍ଚିନାହାନ୍ତି । ୧୩ ତାରିଖଠୁ ତାଙ୍କ ମୋବାଇଲ ସୁଇଚ ଅଫ ରହିଥିବା

Leave A Reply

Your email address will not be published.