ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ, ବୁମ୍‌ରା ହେବେ କ୍ୟାପଟେନ୍‌

ବର୍ମିଂହାମ ୦୧।୦୭ :  ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ଆହତ ଜର୍ଜରିତ ଭାରତୀୟ ଦଳ ସିରିଜ ବିଜୟ ସହ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଘରୋଇ ଦଳ ବିଜୟକୁ ଫେରିବା ପାଇଁ ପ୍ରସ୍ତୁତ । ତେବେ ସବୁ ଚେଷ୍ଟା ପରେ ବି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୋନା ମୁକ୍ତ ହୋଇପାରିନାହାନ୍ତି । ଫଳରେ ଇଂଲଣ୍ଡ ବିପକ୍ଷ ଚୂଡ଼ାନ୍ତ ଟେଷ୍ଟରୁ ରୋହିତଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ୍‌ ବୋଲର ଜଶପ୍ରୀତ ବୁମରା ଅଧିନାୟକ ନିଯୁକ୍ତ ହୋଇଛନ୍ତି । ୱିକେଟ୍‌ କିପର ରିଷଭ ପନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଗତ ସପ୍ତାହରେ ରୋହିତ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ତାଙ୍କୁ ୫ଦିନ ଆଇସୋଲେସନରେ ରହିବାକୁ ପଡ଼ିଥିଲା । ସଙ୍ଗରୋଧ ଅବଧି ଶେଷ ହେବା ପରେ ବୁଧବାର ଦିନ ରୋହିତଙ୍କୁ ୨ଥର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଉଭୟ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ଗୁରୁବାର ରୋହିତଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହରିଥିଲା । ବୁମରା ଭାରତର ୩୬ତମ ଟେଷ୍ଟ ଅଧିନାୟକ ରୂପେ ଏଜବାଷ୍ଟନରେ ଟସ୍‌ ପକାଇବେ । କେବଳ ସେତିକି ନୁହେଁ କିମ୍ବଦନ୍ତୀ ବୋଲର କପିଳ ଦେବଙ୍କ ପରେ ଦ୍ୱିତୀୟ ପେସ୍‌ ବୋଲର ଭାବେ ବୁମରା ଟେଷ୍ଟ ଦଳର ନେତୃତ୍ୱ ନେବେ । କପିଳ ୧୯୮୭ ନଭେମ୍ବର ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ରହିଥିଲେ ।

Leave A Reply

Your email address will not be published.