ଆସାମ ବନ୍ୟା: ୨୪ ଘଣ୍ଟାରେ ଗଲା ଆଉ ୧୪ ଜୀବନ, ମୃତ୍ୟୁ ସଂଖ୍ୟା ୧୭୩କୁ ବୃଦ୍ଧି, ୩୦ ଜିଲ୍ଲାରେ ୨୯.୭୦ ଲକ୍ଷ ଲୋକ ପ୍ରଭାବିତ

ଗୁଆହାଟି: ଆସାମରେ ବନ୍ୟା ପରିସ୍ଥିତି ଏବେ ବି ବିପଦପ୍ରବଣ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୭୩ ଛୁଇଁଛି। ବନ୍ୟାରେ ୩୦ଟି ଜିଲ୍ଲାରେ ୨୯.୭୦ ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି।   ୧୪ ମୃତକଙ୍କ ମଧ୍ୟରୁ ଚାଚର ଜିଲ୍ଲାରେ ୬ ନାଗାଓରେ ୩, ବାରପେଟାରେ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରିମଗଞ୍ଜ, କୋକ୍ରାଝର ଏବଂ ଲଖିମପୁର ଜିଲ୍ଲାରେ ଜଣିଏ ଲେଖାଏ ଲୋକଙ୍କର ମୃତ୍ୟୁ ହୋଇଛି। ବନ୍ୟାରେ ମୋଟ ୨୪୫୦ ଗାଁ ପାଣି ଘେରରେ ରହିଥିବା ବେଳେ ୬୩,୩୧୪ ହେକ୍ଟର ଫସଲ ଜମି ପାଣିରେ ବୁଡ଼ି ରହିଛି। ଚାଚର ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୧୪.୦୪ ଲୋକେ ପ୍ରଭାବିତ ହୋଇଛନ୍ତି। ଏହପରେ ନାଗାଓ ସ୍ଥିତି ଖରାପ ହୋଇଛି। ଏଠାରେ ୩.୩୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ୨୩ ଜିଲ୍ଲାରେ ୮୯୪ ରିଲିଫ୍ କ୍ୟାମ୍ପ ଓ ଡିଷ୍ଟ୍ରିବ୍ୟୁସନ ସେଣ୍ଟର ଖୋଲାଯାଇଛି। ଯେଉଁଥିରେ ୩,୦୪,୪୮୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ଯୋଗୁ ୩୦ ଜିଲ୍ଲାରେ ଅନେକ ଘର, ନିର୍ମାଣ ପ୍ରୋଜେକ୍ଟ ଆଦି ଭାଙ୍ଗି ଯାଇଛି। ବର୍ତ୍ତମାନ ବ୍ରହ୍ମପୁତ୍ର, କୋପଲି, ଦିସାଙ୍ଗ ଏବଂ ବୁର୍ହିଡିଂ ନଦୀର ବିପଦପ୍ରବଣ ଭାବେ ୬ଟି ଜିଲ୍ଲାରେ ପ୍ରବାହିତ ହେଉଛି।

Leave A Reply

Your email address will not be published.