ଶିବସେନାରୁ ଏକନାଥଙ୍କୁ ବିଦା କଲେ ଉଦ୍ଧବ ଠାକରେ, ଏକନାଥ କହିଲେ ମୁଁ ଦଳର ନେତା ସେ ନୁହଁନ୍ତି

ମୁମ୍ବାଇ: ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପି ସହ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କୁ ଶିବସେନା ସଦସ୍ୟ ପଦରୁ ବହିସ୍କାର କରିଛନ୍ତି ଉଦ୍ଧବ ଠାକରେ। ଏନେଇ ଦଳୀୟ ଅଫିସ ପକ୍ଷରୁ ଚିଠି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ ସିନ୍ଦେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ସ୍ୱେଚ୍ଛାକୃତ ଭାବେ ଦଳର ସଦସ୍ୟ ପଦରୁ ଓହରିଯାଇଛନ୍ତି। ତେଣୁ ଶିବସେନା ପ୍ରମୁଖ ଭାବରେ ମୋ ପାଖରେ ଥିବା କ୍ଷମତାକୁ ବ୍ୟବହାର କରି ମୁଁ ତାଙ୍କୁ ଶିବସେନା ନେତା ପଦରୁ ସଂସ୍ଥାରୁ ବହିସ୍କାର କରୁଛି ବୋଲି ଲେଖାଯାଇଛି। ଆଉ ଏହି ଚିଠିରେ ଉଦ୍ଧବଙ୍କ ହସ୍ତାକ୍ଷାର ରହିଛି।ଏପଟେ ସିନ୍ଦେ ନିଜକୁ ଶିବସେନା ନେତା ଦାବି କରିବା ସହ ଉଦ୍ଧବଙ୍କ ପାଖରେ କମ୍ ସମର୍ଥକ ଅଛନ୍ତି। ତେଣୁ ସେ ନିଜକୁ ପକ୍ଷ ପ୍ରମୁଖ(ଦଳ ମୁଖ୍ୟ) ବୋଲି ଘୋଷଣା କରିପାରିବେ ନାହିଁ ବୋଲି ଏକନାଥ କହିଛନ୍ତି। ଶିବ ସେନା ତାର ନୀତି ଆଦର୍ଶ ସହ ସାଲିସ୍ କରିଛି। ତଣୁ ସେ ବିଜେପି ସହ ମିଶି କିଛି ଭୁଲ୍ କରି ନାହିଁ ବୋଲି ଏକନାଥ କହିଛନ୍ତି। ଶିବସେନା ବିରୋଧରେ ଅଭିଯୋଗ କରି ଏକନାଥ ବିଜେପି ସହ ମିଶି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତାଙ୍କ ପାଖରେ ୫୨ ବିଧାୟକଙ୍କର ସମର୍ଥନ ଥିବା ବେଳେ ଉଦ୍ଧବଙ୍କ ପାଖରେ ବର୍ତ୍ତମାନ ଦଳମତ ନାହିଁ।

Leave A Reply

Your email address will not be published.