୫ ହଜାର ଫୁଟ୍ ଉପରେ କକ୍‌ପିଟ୍‌ରୁ ବାହାରିଲା ଧୂଆଁ, ଜରୁରୀ ଅବତରଣ କଲା ସ୍ପାଇସ୍ ଜେଟ୍ ବିମାନ

ନୂଆଦିଲ୍ଲୀ ୦୨/୦୭: ଜରୁରୀ ଅବତରଣ କଲା ବିମାନ ।  ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ଶନିବାର ସକାଳେ ଉଡାଣ ଭରିବାର କିଛି ସମୟ ପରେ ଅବତରଣ କରିଛି । ସ୍ପାଇସ୍ ଜେଟର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଶନିବାର ବିମାନଟି ଜବଲପୁର ଯାଉଥିବା ବେଳେ ମଝି ଆକାଶରେ ବିମାନ ମଧ୍ୟରୁ ଧୂଆଁ ବାହାରିଥିଲା । ସେତେବେଳେ ବିମାନଟି ପ୍ରାୟ ୫ ହଜାର ଫୁଟ୍ ଉପରେ ଥିଲା । ପାଇଲଟଙ୍କ କ୍ୟାବିନରେ ବି ଧୂଆଁ ଦେଖିବାକୁ ମିଳିଥିଲା । ଏହାପରେ ପୁଣି ଦିଲ୍ଲୀ ବିମାନବନ୍ଦରରକୁ ଫେରି ଆସି ଅବତରଣ କରିଥିଲା । ଏଏନଆଇ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିମାନଟି ଧୂଆଁରେ ଭରି ହୋଇ ରହିଛି । ଭିତରେ ବସିଥିବା ଯାତ୍ରୀ ଧୂଆ ପାଣି ଅସୁବିଧାର ସାମ୍ନା କରୁଛନ୍ତି । ବିମାନର ଜରୁରୀ ଅବତରଣ ପରେ ଯାତ୍ରୀଙ୍କୁ ବିମାନବନ୍ଦରରେ ହିଁ ରଖାଯାଇଛି । ସେମାନଙ୍କୁ ଅନ୍ୟ ଏକ ବିମାନରେ ଜବଲପୁର ପଠାଯିବ ।

Leave A Reply

Your email address will not be published.