ଭାରତ ବନାମ ବିଶ୍ୱ ଏକାଦଶ : ଖେଳିବେ କି ପାକିସ୍ତାନୀ ଖେଳାଳି ?

ନୂଆଦିଲ୍ଲୀ, ୧୧।୦୭ : ଦେଶ ସ୍ୱାଧିନତାର ୭୫ତମ ବର୍ଷ ପାଳନ କରୁଛି । ଏଥିପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ଅବସରରେ ସରକାର ବିସିସିଆଇକୁ କ୍ରିକେଟ୍ ମ୍ୟାଚ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଯେଉଁଥିପାଇଁ ଆସନ୍ତା ଅଗଷ୍ଟ ୨୨ ତାରିଖରେ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଟି୨୦ ମୁକାବିଲା ଖେଳାଯିବ । ପିଟିଆଇର ରିପୋର୍ଟ ଅନୁସାରେ, ଭାରତ ସରକାର ବିସିସିଆଇକୁ ଏକ ପ୍ରସ୍ତାବ ଦେଇଥିଲେ । ଯେଉଁଥିରେ ଏକ ବଡ ମ୍ୟାଚ୍ ଆୟୋଜନ ବାବଦରେ ବିଚାର କରିବାକୁ କୁହାଯାଇଥିଲା । ଏହାକୁ ସଂସ୍କୃତି ମନ୍ତ୍ରାଳୟ ବିସିସିଆଇକୁ ପଠାଇଥିଲା। ବିସିସିଆଇର ସୂତ୍ର ଅନୁସାରେ, ସେମାନଙ୍କ ସରକାରଙ୍କଠୁ ଭାରତ ଓ ବିଶ୍ୱ ଏକାଦଶ ମଧ୍ୟରେ ଅଗଷ୍ଟ ୨୨ ତାରିଖରେ ଏକ ମ୍ୟାଚ୍ ଆୟୋଜନ ନେଇ ପ୍ରସ୍ତାବ ମିଳିଛି । ବିଶ୍ୱ ଏକାଦଶ ପାଇଁ ଅତି କମରେ ୧୩ରୁ ୧୪ ଖେଳାଳିଙ୍କ ଆବଶ୍ୟକତା ରହିଛି । ସେମାନଙ୍କ ଉପଲବ୍ଧତା ବାବଦରେ ତଥ୍ୟ ହାସଲ କରିବାକୁ ହେବ ।

Leave A Reply

Your email address will not be published.