ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା : ଜଣେ ମୃତ, ୧୨ ଜଣ ଆହତ

ଟାଙ୍ଗୀ ୧୧।୭: ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଛକ ନିକଟ ୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସିରିଜ୍  ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଏକ ବୋଲେରୋ ସହ ଅନ୍ୟ ଏକ କାର୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ନିରାକାରପୁର ଓ ଜଙ୍କିଆ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହିତ ତଦନ୍ତ ଆରମ୍ଭ କରିଛି । ଦ୍ରୁତ ଗତିରେ ଗାଡି ଚଳାଇବା ଏବଂ ବେପରୁଆ ଗାଡି ଚାଳନା ଯୋଗୁଁ ଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଖୋର୍ଦ୍ଧା ମେଡିକାଲ ଓ ଭୁବନେଶ୍ବର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.