ଜଳୁଛି ସୁନାର ଲଙ୍କା

ନୂଆଦିଲ୍ଲୀ ୧୩/୦୭: ଶ୍ରୀଲଙ୍କାରେ ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର ହେବାରେ ଲାଗିଛି । ଏହି ସମୟରେ ଗୋଟବାୟା ରାଜପକ୍ଷେ ଦେଶ ଛାଡି ମାଳଦ୍ୱୀପ ପଳାଇ ଦେଇଛନ୍ତି । ଯାହାକୁ ନେଇ ତେଜିଛି ଅସନ୍ତୋଷ । ରାଜରାସ୍ତାରେ ଜନସାଧାରଣ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ ଏବଂ ପିଏମ ହାଉସକୁ ଘେରି ରହିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଅନ୍ୟପକ୍ଷରେ ଗୋଟବାୟା ରାଜପକ୍ଷେ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି । ଏଠାରୁ ସେ ଦୁବାଇ ଯିବେ । ଅର୍ଥନୈତିକ ସଙ୍କଟ ମଧ୍ୟରେ ଲୋକେ ପୂର୍ବରୁ ରାଷ୍ଟ୍ରୀୟ ଭବନକୁ ଦଖଲ କରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ । ଏବେ ପରିସ୍ଥିତି ଏମିତି ହୋଇଛି ଯେ, ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ଡନ ଭାଙ୍ଗି ପିଏମ ହାଉସରେ ଧସେଇ ପଶିଛନ୍ତି । ଏହି ଲୋକମାନେ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମ ସିଂହଙ୍କ ଇସ୍ତଫା ଦାବି କରୁଛନ୍ତି । ଗୋଟବାୟା ରାଜପକ୍ଷେ ପଳାଇବା ପରେ ଶ୍ରୀଲଙ୍କାର ଲୋକେ ରାଗରେ ନିଆଁ ହୋଇଯାଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ, ଦେଶରେ ଜରୁରୀ କାଳୀନ ସ୍ଥିତି ଲାଗୁ ହୋଇଛି ।

Leave A Reply

Your email address will not be published.