ଶୋଭିକ୍‌ ଠାରୁ ଗଞ୍ଜେଇ ଆଣି ସୁଶାନ୍ତଙ୍କୁ ଦେଉଥିଲେ ରିୟା : ଦାବି କଲା NCB

ମୁମ୍ବାଇ ୧୩।୦୭: ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ଆହୁରି ବଢିପାରେ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ ନେଇଥିଲେ। ଏହା ବ୍ୟତୀତ ଏନସିବି ଆହୁରି ଅଭିଯୋଗ କରିଛି କି ରିୟା ଚକ୍ରବର୍ତ୍ତୀ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଆଣି ଗଞ୍ଜେଇ ଦେଉଥିଲେ। ଗତ ମାସରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜସିଟ ଦାଖଲ କରିଥିଲା। ଯାହାର ରିପୋର୍ମଟ ଙ୍ଗଳବାର ଦିନ ଦର୍ଶାଯାଇଛି। ଏନସିବିର ରିପୋର୍ଟ ଅନୁଯାୟୀ, ସମସ୍ତ ଅଭିଯୁକ୍ତ ମାର୍ଚ୍ଚ ୨୦୨୦ ରୁ ଡିସେମ୍ବର ୨୦୨୦ ମଧ୍ୟରେ ବଲିଉଡ ତଥା ଅନ୍ୟାନ୍ୟ ଉଚ୍ଚ ସମାଜରେ ନିଶା କାରବାର ତଥା ବିକ୍ରି ପାଇଁ ଷଡଯନ୍ତ୍ର କରିଥିଲେ। ଏହା ସହ ସମସ୍ତ ଅଭିଯୁକ୍ତ ମୁମ୍ବାଇରେ ଡ୍ରଗ୍‌ସର ଚୋରା ବେପାରକୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା କାରବାର କରୁଥିଲେ। ଡ୍ରାଫ୍ଟ ଚାର୍ଜ ଅନୁଯାୟୀ, ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀ କ୍ରମାଗତ ଭାବରେ ଡ୍ରଗ୍ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ସହ-ଅଭିଯୁକ୍ତଙ୍କ ସହ ଏକାଧିକ ବିତରଣ ମଧ୍ୟ କରିଥିଲେ। ଏହି ବିତରଣ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ କରାଯାଇଥିଲା। ଡ୍ରାଫ୍ଟ ଚାର୍ଜରେ ଦର୍ଶାଯାଇଛି ଯେ ରିୟା ଚକ୍ରବର୍ତ୍ତୀ ସାମୁଏଲ୍ ମିରାଣ୍ଡା, ଶୋଭିକ୍, ଦୀପେଶ ଏବଂ ଅନ୍ୟମାନଙ୍କଠାରୁ ଡ୍ରଗ୍ସ ବିତରଣ ମଧ୍ୟ ନିଆଯାଇଥିଲା।

Leave A Reply

Your email address will not be published.