ଲଙ୍କାରେ ମହାବିପତ୍ତି, ଔଷଧ ପାଇଁ ହାହାକାର: ସୋସିଆଲ ମିଡିଆରେ ସହାୟତା ମାଗୁଛନ୍ତି ଡାକ୍ତର

ନୂଆଦିଲ୍ଲୀ ୧୪/୦୭: ଋଣ ଜାଲରେ ଫସି ଇତିହାସର ସବୁଠାରୁ ବଡ଼ ଆର୍ଥିକ ସଂକଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ଇନ୍ଧନ ଏବଂ ଖାଦ୍ୟ ସମେତ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀର ବଡ଼ ଅଭାବ ଦେଖାଦେଇଛି । ଲୋକଙ୍କ ଅବସ୍ଥା ବେହାଲ । ଖାଦ୍ୟ ଏବଂ ଇନ୍ଧନ ବ୍ୟତୀତ ଔଷଧ ଅଭାବ ଏକ ବଡ଼ ଧରଣର ସ୍ୱାସ୍ଥ୍ୟ ସଂକଟକୁ ଡାକି ଆଣିଲାଣି । ଏହି ଦ୍ୱୀପ ଦେଶ ନିକଟରେ ଅତ୍ୟାବଶ୍ୟକ ଔଷଧର ଘୋର ଅଭାବ ଦେଖାଦେଇଛି । ଆର୍ଥିକ ବିଡ଼ମ୍ବନା ସହିତ ସ୍ୱାସ୍ଥ୍ୟ ସଂକଟ ଯୋଗୁ ଏବେ ଡାକ୍ତରମାନେ ସୋସିଆଲ ମିଡିଆରେ ସାହାଯ୍ୟ ପାଇଁ ଗୁହାର ଲଗାଇଲେଣି । ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରାୟ ଶେଷ ହୋଇଗଲାଣି । ଇନ୍ଧନ ଏବଂ ଖାଦ୍ୟ ଭଳି ଜରୁରୀ ସାମଗ୍ରୀ ଆମଦାନି ପାଇଁ ଟଙ୍କା ନାହିଁ । ଏଭଳି ସ୍ଥିତିରେ ଔଷଧ ଅଭାବ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି ଏବଂ ଦେଶ ଆଗରେ ସାର୍ବଜନିକ ସ୍ୱାସ୍ଥ୍ୟ ସଂକଟ ଛିଡ଼ା ହୋଇଗଲାଣି । ଯଦି ବି ଲୋକଙ୍କ ପାଖରେ ଟଙ୍କା ଥାଏ ଔଷଧ ମିଳିବା କଷ୍ଟକର । ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତାର ଶିକାର ଶ୍ରୀଲଙ୍କାରେ ସ୍ୱାସ୍ଥ୍ୟ ସଂକଟ ଅଧିକ ଘନେଇବାର ଆଶଙ୍କା ରହିଛି । ଔଷଧ ଯୋଗାଣକୁ ବଜାୟ ରଖିବା ପାଇଁ କେତେକ ଡାକ୍ତର ସୋସିଆଲ ମିଡିଆରେ ଗୁହାରି କରିଛନ୍ତି ।

Leave A Reply

Your email address will not be published.