ବିରାଟଙ୍କ ପାଇଁ ଦୁଃସ୍ୱପ୍ନ ଇଂଲଣ୍ଡ ଗସ୍ତ 

ନୂଆଦିଲ୍ଲୀ ୧୮/୦୭: ଫର୍ମକୁ ଫେରୁ ନାହାଁନ୍ତି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲି । ବାରମ୍ବାର ବିଫଳ ହେଉଛନ୍ତି । ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ସେ ଖାସ୍ ପ୍ରଦର୍ଶନ କରିପାରି ନଥିଲେ । ୧୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ରନ୍ ମେସିନ୍ ।   ବିରାଟ ଚଳିତ ବର୍ଷ ଇଂଲଣ୍ଡ ଗସ୍ତରେ ୬ଟି ଇନିଂସରୁ ମାତ୍ର ୭୬ ରନ୍ କରିଛନ୍ତି । ସର୍ବପ୍ରଥମେ ଏଜବେଷ୍ଟନ୍ ଟେଷ୍ଟରେ ସେ ପ୍ରଥମ ଓ ଦ୍ୱିତୀୟ ପାଳିରେ ୩୧ ରନ୍ କରିଥିଲେ । ଏହାପରେ ଟି୨୦ ସିରିଜରେ ସେ ମୋଟ୍ ୧୨ ରନ୍ କରିଥିଲେ । ତେବେ ଦିନିକିଆରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଫ୍ୟାନ୍ସଙ୍କୁ ଆଶା ଭାଙ୍ଗିଛନ୍ତି । ଲର୍ଡସରେ ସେ ୧୬ ରନ୍ କରିଥିବା ବେଳେ ମାଞ୍ଚେଷ୍ଟରରେ ୧୭ ରନ୍ କରିପାରିଥିଲେ ।

Leave A Reply

Your email address will not be published.