ନର୍ମଦା ନଦୀକୁ ଖସିଲା ବସ : ୧୩ରୁ ଅଧିକ ମୃତ, ୧୫ ଜୀବିତ ଉଦ୍ଧାର

ନୂଆଦିଲ୍ଲୀ ୧୮/୦୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ନର୍ମଦା ନଦୀକୁ ଖସିଲା ଯାତ୍ରୀବାହୀ ବସ୍। ୧୩ରୁ ଅଧିକ ମୃତ । ମଧ୍ୟପ୍ରଦେଶରର ଖରଗୋନ ଏବଂ ଧାର୍ ଜିଲ୍ଲା ସୀମା ଖଲଘାଟରେ ଥିବା ନର୍ମଦା ପୋଲ ଉପରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି। ଏଯାବତ୍ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅନ୍ୟମାନେ ନିଖୋଜ ଅଛନ୍ତି। ସୂଚନାନୁଯାୟୀ, ଏକ ଯାତ୍ରୀବାହୀ ବସ୍ ୫୫ ଜଣ ଯାତ୍ରୀଙ୍କୁ ନେଇ ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିଲା । କିନ୍ତୁ ଖରଗୋନ ଏବଂ ଧାର୍ ଜିଲ୍ଲା ସୀମା ଖଲଘାଟରେ ଥିବା ନର୍ମଦା ପୋଲ ଉପରୁ ନଦୀକୁ ଖସିପଡ଼ିଥିଲା। ଖବର ପାଇ ପୋଲିସ ଏବଂ ପ୍ରଶାସନ ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଶେଷ ଖବର ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଯାତ୍ରୀମାନେ ନିଖୋଜ ଅଛନ୍ତି। ଘଟଣାସ୍ଥଳରେ ଖରଗୋନ-ଧାର୍ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ଅଛନ୍ତି। ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.