ଚୁଡା, ମୁଢ଼ି ଆଦିରୁ ତୁରନ୍ତ ଜିଏସ୍‌ଟି ହଟାଇବା ପାଇଁ ଶୂନ୍ୟ କାଳରେ ଦାବି ଉଠାଇଲେ କଂଗ୍ରେସ ସଦସ୍ୟ

ଭୁବନେଶ୍ବର ୧୮।୭: କେନ୍ଦ୍ରରେ ବିଜେପି ସରକାର ଥିବାରୁ ବିଜେପି ବିଧାୟକମାନେ ଚୁଡା, ମୁଢ଼ି ଉପରେ ଲାଗିଥିବା ଜିଏସଟିକୁ ନେଇ ଗୃହରେ ସିଧାସଳଖ ପ୍ରସଙ୍ଗ ଉଠାଇ ପାରୁନଥିବାରୁ, କଂଗ୍ରେସ ସଦସ୍ୟମାନଙ୍କୁ ପ୍ରସଙ୍ଗ ଉଠାଇବା ପାଇଁ କହିଛନ୍ତି । ଏହାସହ କଂଗ୍ରେସ ତାହାକୁ ଗୁରୁତ୍ଵ ସହ ନେବାକୁ କହିଛନ୍ତି । ରାଜ୍ୟର ସମସ୍ତ ଜନସାଧାରଣ ସକାଳ ହେଉ ଅବା ସନ୍ଧ୍ୟାରେ ଏହି ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ତେଣୁ ଏଥିରୁ ତୁରନ୍ତ ଜିଏସଟି ହଟାଇବା ପାଇଁ ଶୂନ୍ୟ କାଳରେ କଂଗ୍ରେସ ସଦସ୍ୟମାନେ ଦାବି କରିଛନ୍ତି । ସେହିଭଳି ବିଜେଡି ବିଧାୟକ ଅମର ଶତପଥୀ ମଧ୍ୟ ଚୁଡ଼ା, ମୁଢ଼ି, ଉଖୁଡା ଓ ଦହି ଭଳି ସାମଗ୍ରୀରେ ଜିଏସଟି ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ  ବୋଲି କହିଛନ୍ତି । ତେଣୁ ଏହିସବୁ ଖାଦ୍ୟ ପଦାର୍ଥରୁ ଜିଏସଟି ହଟାଇବାକୁ ଦାବି କରିବା ସହ ଗୃହରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି । ଏହାଦ୍ବାରା ଗରିବ ହଇରାଣ ହେବେ । ଆମ ଅର୍ଥମନ୍ତ୍ରୀ ଏହା ଉପରେ ମନ୍ତବ୍ୟ ରଖନ୍ତୁ । ଏଥିରେ ରାଜ୍ୟର ସହମତି ନେଇଛି କି GST ପରିଷଦ । ସେନେଇ ମନ୍ତ୍ରୀ ଗୃହକୁ କୁହନ୍ତୁ । ଗରୀବଙ୍କ ସ୍ବାର୍ଥ କେମିତି ରକ୍ଷା ହେବ ବୋଲି ଅମର ଶତପଥୀ କହିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ଏହା ଗରିବଙ୍କ ପେଟରେ ଲାତ । ଏହା ଉପରେ କମିଟି ହେଉ । ଜିଏସଟି କମିଶନ ଓ ପ୍ରଧାନମନ୍ତ୍ରୀଙ୍କୁ କମିଟି ଭେଟୁ । ଚୁଡ଼ା, ମୁଢି, ଖଇ, ଦହି, କ୍ଷୀର, ବଟର ଉପରେ ଜିଏସଟି ଲାଗୁ ନେଇ ଉଦବେଗ ପ୍ରକାଶ କଲେ ସନ୍ତୋଷ ସିଂ ସାଲୁଜା । ଏହାଦ୍ବାରା ଗରିବ ଲୋକେ କ୍ଷୀର, ଦହି ଖାଇ ପାରିବେନି । ଏହାକୁ ପ୍ରତ୍ୟାହାର କରାଯାଉ ବୋଲି ସନ୍ତୋଷ ସିଂ ସାଲୁଜା ଦାବି କରିଛନ୍ତି ।

Leave A Reply

Your email address will not be published.