ଶ୍ରାବଣ ପ୍ରଥମ ସୋମବାରରେ ଶୈବପୀଠରେ ଭକ୍ତଙ୍କ ଭିଡ, ମାଇଲ ମାଇଲ ଖୁଣ୍ଟ ଚାଲି କାଉଡିଆ କଲେ ଜଳଲାଗି

ସାଲେପୁର ୧୮/୦୭: ଆଜି ଶ୍ରାବଣ ମାସ ପ୍ରଥମ ସୋମବାର । ଏନେଇ ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବ ପୀଠ । ପୁଣି ଥରେ ଭକ୍ତ ଓ ଭଗବାନଙ୍କର ହେବ ମହାମିଳନ । ଏ ନେଇ କାଉଡ଼ିଆ ମାନେ ଜଳାଶୟରୁ ଜଳ ନେଇ କାନ୍ଧରେ ବାହୁଙ୍ଗୀ ଧରି ଶୈବ ପୀଠ ଅଭିମୁଖେ ବାହାରିଥିଲେ । ବୋଲ ବମ.. ହର ହର ବମ..ଓଁ ନମଃ ଶିବାୟ ଧ୍ୱନୀରେ ପ୍ରକମ୍ପିତ ସାରା ପରିବେଶ । ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କଲେ, ପୂଣ୍ୟ ମିଳିବା ସହ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଆଉ ସେହି ବିଶ୍ୱାସରେ ନିଜକୁ କଷ୍ଟ ହେଉ ପଛେ, ପାଣି ଭାର ଧରି ଦୂର ଦୁରାନ୍ତରୁ ମାଇଲ ମାଇଲ ବାଟ ଚାଲି ଶୈବ ପୀଠକୁ ଚାଲି ଚାଲି ଆସନ୍ତି କାଉଡ଼ିଆ । ଗତ ଦୁଇ ବର୍ଷ ଧରି କରୋନା କଟକଣା ପାଇଁ ବୋଲବମ ଯାତ୍ରା ବନ୍ଦ ଥିବା ବେଳେ। ଚଳିତ ବର୍ଷ କଟକଣା କୋହଳ ହେବା ପରେ ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ନୂଆ ବାହୁଙ୍ଗୀ, ଗଡ଼ଗଡ଼ିଆ ମାଳି, ରୁଦ୍ରାକ୍ଷ ମାଳା, ବୋଲବମ ପୋଷାକ ନେବା ନିମନ୍ତେ, ବିଭିନ୍ନ ଦୋକାନରେ ଭିଡ଼ ମଧ୍ୟ ଜମିଛି । ଚଳିତ ବର୍ଷ କାଉଡ଼ିଆ ମାନେ କଟକ ଗଡ଼ଗଡ଼ିଆ ଘାଟରୁ ଜଳଭାର ନେଇ ସାଲେପୁର ବିଭିନ୍ନ ଶୈବ ପୀଠ ଅଭିମୁଖେ ଯାତ୍ରା କରିବା ଦେଖିବାକୁ ମିଳିଛି । ଏହା ସହ ପ୍ରତିବର୍ଷ କଟକ ଗଡ଼ ଗଡ଼ିଆ ଘାଟରୁ କାଉଡ଼ିଆ ମାନେ ପୂଜାର୍ଚ୍ଚନା କରି ଜଳଭାର ନେଇ ବିଭିନ୍ନ ଶୈବ ପୀଠ ଅଭିମୁଖେ ଯାତ୍ରା କରିଥିଲେ ।

Leave A Reply

Your email address will not be published.