ଭାରତ ବିପକ୍ଷ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା, ଫେରିଲେ ଅଲରାଉଣ୍ଡର ହୋଲ୍ଡର

ନୂଆଦିଲ୍ଲୀ ୧୮/୦୭: ଭାରତର ଇଂଲଣ୍ଡ ଗସ୍ତ ଶେଷ ହୋଇଛି । ଏବେ ଦଳ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳ ତିନୋଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ତେବେ ଭାରତ ବିପକ୍ଷରେ ଇଣ୍ଡିଜ ୧୩ ସଦସୀୟ ଦଳ ଘୋଷଣା କରିଛି ।   ଦଳକୁ ଷ୍ଟାର୍ ଅଲରାଉଣ୍ଡର ଜ୍ୟାସନ୍ ହୋଲ୍ଡର୍ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କୁ ବାଂଲାଦେଶ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା । ଏହି ସିରିଜକୁ ବାଂଲାଦେଶ ୩-୦ରେ କ୍ଲିନ୍ ସ୍ୱିପ୍ କରିନେଇଥିଲା । ସେହିପରି ଇଣ୍ଡିଜ ଦଳର ନେତୃତ୍ୱ ଭାର ନିକୋଲାସ ପୁରନଙ୍କ ହାତରେ ରହିଛି । ସେହିପରି ସାଇ ହୋପଙ୍କୁ ଉପଅଧିନାୟକ ଦାୟିତ୍ୱ ତୁଲାଇବାକୁ ପଡିବ । ଏତତ୍ ବ୍ୟତୀତ ଅଲଜାରୀ ଜୋସେଫ, ରୋବମ୍ୟାନ୍ ପାଓ୍ୱେଲ, ବ୍ରାଣ୍ଡନ୍ କିଙ୍ଗ୍ ଓ କାଇଲ ମେୟର୍ସଙ୍କୁ ଟିମରେ ସ୍ଥାନ ମିଳିଛି  ।

Leave A Reply

Your email address will not be published.