ନୂପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ, ୨ ଗିରଫ

ନୂଆଦିଲ୍ଲୀ, ୧୯/୦୭: ବିହାରର ସୀତାମଢୀରେ ରାଜସ୍ଥାନ ଉଦୟପୁର ଭଳି ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକଙ୍କୁ ନୂପୁର ଶର୍ମାଙ୍କ ଭିଡିଓ ଦେଖିବା କାରଣରୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଆହତ ଯୁବକଙ୍କ ଅବସ୍ଥା ସଙ୍ଗୀନ ରହିଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ ଜଣ ଫେରାର ଅଛନ୍ତି । ତେବେ ପୋଲିସ ଏହି ଘଟଣାକୁ ପୋଲିସ ଆପୋଷ ବିବାଦ କହୁଥିବାରୁ ପୋଲିସର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆହତ ହୋଇଥିବା ଯୁବକ ହେଲେ ଅଙ୍କିତ ଝା । ସେ ନାନପୁରର ବହେରା ଗ୍ରାମରେ ରୁହନ୍ତି । ଅଙ୍କିତଙ୍କ ପିତା ମନୋଜ ଝାଙ୍କ କହିବାନୁସାରେ, ପୁଅ ଦୋକାନକୁ ପାନ ଖାଇବାକୁ ଯାଇଥିଲେ । ଏହି ସମୟରେ ସେ ମୋବାଇଲରେ ନୂପୁର ଶର୍ମାଙ୍କ ଭିଡିଓ ଦେଖୁଥିଲେ । ସେତେବେଳେ ମହମ୍ମଦ ବିଲାଲ ନିଜ ତିନି ସାଥୀଙ୍କ ସହ ସେଠାକୁ ଆସି ଅଙ୍କିତଙ୍କୁ ଭିଡିଓ କଣ ପାଇଁ ଦେଖୁଛ ବୋଲି ପଚାରିଥିଲେ । ଏହାସହ ମାଡ ମାରିଥିଲେ ।

Leave A Reply

Your email address will not be published.