ଛାତ୍ରଛାତ୍ରୀଙ୍କ ଅର୍ଥ ହଡ଼ପ ଅଭିଯୋଗ; ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ଉ

ଖଲ୍ଲୀକୋଟ ୨୦/୦୭: ଛତ୍ରପୁରରେ ଥିବା ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟରେ ଭିଜିଲାନ୍ସ ଟିମ୍ର ଚଢ଼ଉ କରିଛିl ଆଜି ଅପରାହ୍ଣରେ ବ୍ରହ୍ମପୁର ଭିଜିଲାନ୍ସର ୫ ଜଣିଆ ଟିମ୍‌ ସମର୍ଥ ଶିକ୍ଷାନୁଷ୍ଠାନରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନାଥାଉକି, ସମର୍ଥ ଶିକ୍ଷାନୁଷ୍ଠାନର ସମ୍ପାଦକଙ୍କ ନାଁରେ ପୂର୍ବରୁ ବିଭିନ୍ନ ଅର୍ଥ ହଡ଼ପ ଅଭିଯୋଗ ଆସିଥିବା ବେଳେ ଆଜି ଭିଜିଲାନ୍ସ ଟିମ୍‌ ପହଞ୍ଚି ସେଗୁଡିକର ତଦନ୍ତ ଆରମ୍ଭ କରିଛି। ଚଳିତ ମାସ ୪ ତାରିଖରେ ଅନୁଷ୍ଠାନରେ ଥିବା ୧୧୪ଜଣ ପିଲାଙ୍କ ଅର୍ଥ ହଡ଼ପ କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଏହାସହିତ ଶାରୀରିକ ନିର୍ଯ୍ୟାତନା ଭଳି ସଂଗୀନ ଅଭିଯୋଗ ଅଣାଯାଇଥିଲା ସମ୍ପାଦକଙ୍କନାଁରେ ଆସିଥିଲା। ଏହା ସହ ଅର୍ଥ ହଡ଼ପ କରାଯାଇଥିବା ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରାଯାଇଥିଲା। ଫଳରେ ଆଜି ଭିଜିଲାନ୍ସ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.