ବଢ଼ିବନି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ଙ୍କ ଅବସର ବୟସ, ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ ୨୨।୭: ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ ମାନଙ୍କ ରିଟାୟରମେଣ୍ଟ ଏଜ୍ ଅର୍ଥାତ ସେବା ନିବୃତ୍ତି ବୟସ ବୃଦ୍ଧି ଲାଗି  ଦୀର୍ଘ ସମୟର ଚର୍ଚ୍ଚାରେ କେନ୍ଦ୍ର ସରକାର ଶୁକ୍ରବାର ବିରାମ ଲଗାଇ ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ଏ ସମ୍ପର୍କିତ ଜନୈକ ସାଂସଦଙ୍କ ଲିଖିତ ପ୍ରଶ୍ନର ଜବାବରେ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ଏଥିରେ ଶୀର୍ଷ ଅଥବା ଉଚ୍ଚ ନ୍ୟାୟାଳୟମାନଙ୍କର ବିଚାରପତିଙ୍କ ସେବା ନିବୃତ୍ତି ଆୟୁ ବୃଦ୍ଧି ଲାଗି ସରକାରଙ୍କର କୌଣସି ପ୍ରସ୍ତାବ ନଥିବା କଥା କହିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ  କିରଣ ରିଜ୍ଜୁ ଏକ ଲିଖିତ ପ୍ରଶ୍ନର ଜବାବରେ ଏହା ଉଲ୍ଲେଖ କରିଛନ୍ତି। ଲିଖିତ ଜବାବ ଅନୁସାରେ ଉଚ୍ଚନ୍ୟାୟାଳୟଙ୍କ ବିଚାରପତିମାନଙ୍କ ଅବସର ଆୟୁ ୬୫ ବର୍ଷ ପର୍ଯ୍ୟନ୍ତ କରିବା ଲାଗି ୨୦୧୦ ମସିହାରେ ଏକ ବିଧେୟକ ଉପସ୍ଥାପନା କରାଯାଇଥିଲା।

Leave A Reply

Your email address will not be published.