ଅଗଷ୍ଟ ୧ରୁ ବଦଳିବ ଅନେକ ନିୟମ

କିଛି ଦିନ ପରେ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ମାସ ଆରମ୍ଭରୁ ଅନେକ ନିୟମରେ ପରିବର୍ତ୍ତନ ଆସିବାକୁ ଯାଉଛି । ବିଶେଷ କରି ଟଙ୍କା ନେଣଦେଣକୁ ନେଇ ଅନେକ ନିୟମରେ ପରିବର୍ତ୍ତନ ହୋଇପାରେ । ସେହିଭଳି ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡର ଦର ପରିବର୍ତ୍ତନ ହୋଇଥାଏ । ତେବେ ଆହୁରି ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ କେଉଁ ନିୟମରେ ପରିବର୍ତ୍ତନ ହେବ । ଅଗଷ୍ଟ ଏକ ତାରିଖରୁ ବ୍ୟାଙ୍କ ଅଫ୍ ବରୋଦାରେ ଚେକରେ ଟଙ୍କା ଦେବାର ନିୟମରେ ପରିବର୍ତ୍ତନ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ ପାଳନ କରିବାକୁ ଯାଇ ବ୍ୟାଙ୍କ ଅଫ୍ ବରୋଦା ଚେକ ପେମେଣ୍ଟର ନିୟମରେ ପରିବର୍ତ୍ତନ କରିବ । ଏନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକ ମାନଙ୍କୁ ସୂଚିତ କରିଯାଇଛି ଯେ ଆସନ୍ତା ୧ତାରିଖରୁ ପାଞ୍ଚ ଲକ୍ଷ କିମ୍ବା ତାଠାରୁ ଅଧିକ ଟଙ୍କାର ଚେକ୍ ଦେବା ବେଳେ ପଜିଟିଭ ପେ ସିଷ୍ଟମ ଲାଗୁ ହେବ । ଏହା ହେବା ଦ୍ୱାରା ଚେକ୍ ଜାରିକରିଥିବା ବ୍ୟକ୍ତିଙ୍କୁ ଚେକ୍ ସହ ଜଡିତ ତଥ୍ୟ ଏସଏମଏସ, ନେଟ ବ୍ୟାଙ୍କିଂ କିମ୍ବା ମୋବାଇଲ ଆପ୍ ଜରିଆରେ ବ୍ୟାଙ୍କକୁ ଦେବାକୁ ପଡିବ । ଏହା ପରେ ହିଁ ଚେକ ଗ୍ରହଣ ହେବା ସହ ଟଙ୍କା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯିବ । ଯଦି କେହି ଚେକ୍ ଜାରିକରନ୍ତି ତେବେ ତାଙ୍କ ନମ୍ବର, କେତେ ଟଙ୍କା ସେ ଚେକ୍ ଜରିଆରେ ଦେବେ, କାହାକୁ ସେ ଟଙ୍କା ଦେବେ ସେ ତଥ୍ୟ ସହ ଆଉ କିଛି ତଥ୍ୟ ବ୍ୟାଙ୍କକୁ ଦେବାକୁ ପଡିବ । ସେହିଭଳି ପ୍ରତ୍ୟେକ ମାସର ଏକ ତାରିଖରେ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ ପରିବର୍ତ୍ତନ ହୋଇଥାଏ । ଅଗଷ୍ଟ ଏକ ତାରିଖରେ ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଗ୍ୟାସ ସିଲିଣ୍ଡରର ଦର ନିର୍ଣ୍ଣୟ କରିବେ । ଗତ ଥର ଭଳି ଚଳିତ ମାସରେ ମଧ୍ୟ ଗ୍ୟାସ ଦର ବୃଦ୍ଧି ହୋଇପାରେ ।

Leave A Reply

Your email address will not be published.