ପ୍ରକାଶ ପାଇବ OJEE ରେଜଲ୍ଟ, ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ଫଳ

ଭୁବନେଶ୍ୱର ୨୭/୦୭: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ରେଜଲ୍ଟ ମଧ୍ୟ ଆଜି ବାହାରିବ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଦିନ ସାଢେ ୧୧ଟାରେ ଓଜେଇଇ ରେଜଲ୍ଟ ଘୋଷଣା କରିବେ । ଓଜେଇଇ ଦେଇଥିବା ଛାତ୍ରଛାତ୍ରୀମାନେ ojee.nic.in ୱେବସାଇଟରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ । ଏଥର ୫୭ହଜାର ୯୧୮ ଛାତ୍ରଛାତ୍ରୀ ଓଜେଇଇ ଦେଇଛନ୍ତି । ଗତ ଜୁଲାଇ ୪ରୁ ୮ ତାରିଖ ପର୍ଯ୍ୟନ୍ତ ୩୦ଟି ଜିଲ୍ଲାର ୬୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଥିଲା । ଏହାବାଦ କୋଲକାତା, ରାଞ୍ଚି, ଓ ପାଟଣାରେ ଗୋଟିଏ ଲେଖାଏଁ କେନ୍ଦ୍ରରେ ପରୀକ୍ଷା ହୋଇଥିଲା ।

Leave A Reply

Your email address will not be published.