ଉପରାଷ୍ଟ୍ରପତି ପ୍ରାର୍ଥୀ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ୱର ୨୭/୦୭: ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଲେ ବିଜେଡି ସାଂସଦ । ଗତ ସନ୍ଧ୍ୟାରେ ଧନକଡ଼ଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ସାଂସଦ । ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସାଂସଦମାନେ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ପଦ ପାଇଁ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ଭେଟିଥିଲେ । ସାକ୍ଷାତକାର ପରେ ଜଗଦୀପ ଧନଖଡ଼ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଗଷ୍ଟ ୬ ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ଏବଂ ବିଜେଡି ଏନ.ଡି.ଏ.କୁ ନିଜର ସମର୍ଥନ ଦେଇଛି ।

Leave A Reply

Your email address will not be published.