ଧରାପଡିଲା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ, ପୋଲିସକୁ ଚକ୍‌ମା ଦେଇ ଖସିଯାଇଥିଲା

କୋରାପୁଟ ୨୭।୦୭ : ଧରାପଡ଼ିଲା କୋରାପୁଟ ସଦରଥାନାରୁ ଚମ୍ପଟ ମାରିବା ଅଭିଯୁକ୍ତ ପର୍ଶୁ ପରଜା। ନାବାଳକ ହତ୍ୟା ଅଭିଯୋଗରେ ଥାନାକୁ ଆଣିଥିଲା ସଦର ପୋଲିସ। ଗତ ସନ୍ଧ୍ୟାରେ ପଚରାଉଚରା ସମୟରେ କୌଶଳ କ୍ରମେ ପୋଲିସକୁ ଚଖମା ଦେଇ ଥାନାରୁ ଚମ୍ପଟ ମାରିଥିଲା ପର୍ଶୁ ପରଜା। ପୋଲିସକୁ ନାକେଦମ କରିଥିଲା। ତେବେ ସଦରଥାନା ସହ ରିଜର୍ଭ ଫୋର୍ସ ଓ ଟାଉନ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ମଧ୍ୟରାତ୍ରିରେ ଥାନା ସମ୍ମୁଖ ଜଙ୍ଗଲରୁ ବାହାରୁଥିବା ସମୟରେ ମାଡ଼ି ବସିଲା ପୋଲିସ। ବର୍ଷାରେ ଭିଜି ଶୀତରେ ଥରୁଥିଲା ଅଭିଯୁକ୍ତ। ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନେଇ ସ୍ଵାସ୍ଥ୍ୟବସ୍ଥା ପରୀକ୍ଷା କରାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.