ଇନଷ୍ଟାଗ୍ରାମ ଲାଇଭ୍‌ରେ ରିଷଭ-ରୋହିତ କଲେ ଧମାଲ, କହିଲେ-ମାହି ଭାଇ ଟିକେ ରୁହ

ନୂଆଦିଲ୍ଲୀ ୨୭।୦୭ : ଟିମ୍ ଇଣ୍ଡିଆର ୱିକେଟ୍ କିପର ଏବଂ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ । ୨୬ ଜୁଲାଇ ଅର୍ଥାତ୍ ମଙ୍ଗଳବାର ଦିନ ଇନଷ୍ଟାଗ୍ରାମରେ ଏକ ଧମାଲ କରିଛନ୍ତି। ରିଷଭ ତାଙ୍କ ଇନଷ୍ଟାଗ୍ରାମରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାରଙ୍କ ସମେତ ଅନେକ ଷ୍ଟାର କ୍ରିକେଟ୍‌ରଙ୍କ ସହ ମିଶିକି ଲାଇଭ୍‌ ଆସିଥିଲେ। କେବଳ ଏତିକି ନୁହେଁ ମହେନ୍ଦ୍ର ସିଂ ଧୋନିଙ୍କୁ ମଧ୍ୟ ଏହି ଲାଇଭରେ ଦେଖିବାକୁ ମିଳିଥିଲା। କିନ୍ତୁ ଧୋନି ଖୁବ୍ ଶୀଘ୍ର ପତ୍ନୀ ସାକ୍ସିଙ୍କଠାରୁ ଫୋନ୍ ଛଡ଼ାଇ ନେଇ ଲାଇଭ୍ ବନ୍ଦ କରି ଦେଇଥିଲେ। ଏହି ସମୟରେ ପନ୍ତ କହିଛନ୍ତି ଯେ ଭାଇଙ୍କୁ କିଛି ସମୟ ଲାଇଭ୍‌ରେ ରଖ ।

Leave A Reply

Your email address will not be published.