ବିଶିଷ୍ଟ ଶ୍ରମିକ ନେତା ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପରଲୋକ

କଟକ ୨୭।୦୭ : ବିଶିଷ୍ଟ ଶ୍ରମିକ ନେତା ତଥା କଟକ ସଦରର ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ପରଲୋକ । ଗତ ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଖବର ଅନୁଯାୟୀ, ମଙ୍ଗଳବାର ଅପରାହ୍ନରେ ସେ ସିଏମ୍ ସି କାର୍ଯ୍ୟାଳୟକୁ ଆସି ମେୟର ସୁବାସ ସିଂହଙ୍କ ସହିତ ଶ୍ରମିକଙ୍କ ସମସ୍ୟା ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସେଠାରୁ ଫେରି ଘରେ ଚା ପିଇଥିଲେ। ପରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତେବେ ୧୯୯୦ରୁ ୧୯୯୫ପର୍ଯ୍ୟନ୍ତ ସେ ଜନତା ଦଳର ପ୍ରାର୍ଥୀ ଭାବେ ପୂର୍ବର କଟକ ସଦର ନିର୍ବାଚନମଣ୍ଡଳୀର ବିଧାୟକ ନିର୍ବାଚିତ ଥିଲେ। ସ୍ବର୍ଗତ ସିଂହ ବିଜୁ ଜନତା ଦଳ ରାଜ୍ୟ ଶ୍ରମିକ ସାମ୍ମୁଖ୍ୟର ସଭାପତି ତଥା ଅଖିଳ ଭାରତୀୟ ହିନ୍ଦ୍ ମଜଦୁର ସଭାର ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ। ଆଜି ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ରାଉସାପାଟଣା ଘର, ସିଏମସି ଅଫିସ ଓ ଭୁବନେଶ୍ବର ନିଆଯିବା ପରେ ପୁରୀ ସ୍ବର୍ଗଦ୍ବାର ନିଆଯାଇ ଶେଷକୃତ୍ୟ କରାଯିବ।

Leave A Reply

Your email address will not be published.