ପୁଣି ଏକାଠି ‘ସ’ ଅକ୍ଷର ଯୋଡ଼ି : ସିଦ୍ଧାନ୍ତଙ୍କ ସହ ସୁପ୍ରିୟା ଏବଂ ସ୍ୱରାଜଙ୍କ ସହ ଶିବାନୀ ଆସିବେ ନଜର

ମୁମ୍ବାଇ ୨୭।୦୭: ଓଲିଉଡରେ ବିଭିନ୍ନ ଯୋଡ଼ି ବାରମ୍ବାର ପରଦାରେ ଦେଖିବାକୁ ମିଳୁଛି। ଏହା କଉ ନୂଆ କଥା କିନ୍ତୁ ସେମାନେ ଯେତେଥର ଏକାଠି ହୁଅନ୍ତି ସେତେଥର ଚର୍ଚ୍ଚା ହୁଏ। ଏବେ ସେମିତି ଦୁଇଟି ଯୋଡ଼ି ପୁଣି ଥରେ ନଜର ଆସିବାକୁ ଯାଉଛନ୍ତି। ସେ ପୁଣି ‘ସ’ ଅକ୍ଷର ଯୋଡ଼ି। ଗୋଟିଏ ଯୋଡ଼ି ହେଲେ ସିଦ୍ଧାନ୍ତ-ସୁପ୍ରିୟା ଏବଂ ଅନ୍ୟ ଗୋଟିଏ ଯୋଡ଼ି ହେଲେ ସ୍ୱରାଜ-ଶିବାନୀ। ସାଇ ଦରବାର ଫିଲ୍ମ ପକ୍ଷରୁ ନୂଆ ଓଡ଼ିଆ ସିନେମା ‘ଶଙ୍କର – ଦି ଡେଷ୍ଟ୍ରୟର’ ନିର୍ମାଣ ହେଉଛି । ଶୁଣିବାକୁ ମିଳୁଛି ଏହାର ମୁଖ୍ୟ ଶଙ୍କର ଚରିତ୍ରରେ ସିଦ୍ଧାନ୍ତଙ୍କୁ ଦେଖିବାକୁ ମିଳିବ। ଆଉ ବଡ଼ କଥା ହେଉଛି ଏଥିରେ ତାଙ୍କ ନାୟିକା ସାଜିବେ ଓଲିଉଡ ଚୁଲବୁଲି ସୁପ୍ରିୟା। ଟିଭି ପରଦାରେ ଦୁହିଁଙ୍କ ଯୋଡ଼ିକୁ ଦର୍ଶକ ପସନ୍ଦ ସହ ଭଲପାଇବା ଓ ସମର୍ଥନ ଦେଇଥିଲେ। ଏବେ ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ହେବାକୁ ଯାଉଥିଲାବେଳେ ସେହି ସଫଳତାକୁ ବଜାୟ ରଖିବେ ବୋଲି ସିନେ ପ୍ରେମୀ ଆଶା ରଖିଛନ୍ତି। ସେହିପରି ଅନ୍ୟତମ ଯୋଡ଼ି ସ୍ୱରାଜ-ଶିବାନୀଙ୍କୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ପୁଣି ଏକ ନୂଆ କାହାଣୀ କରିଛନ୍ତି ଏହା ସହିତ ଝିଲିକ୍‌ ମୋସନ ପିକଚର୍ସ ବ୍ୟାନରରେ ସ୍ୱରାଜ-ଶିବାନୀଙ୍କ ଆଉ ଏକ ସିନେମା ‘କିସ୍‌ ମିସ୍‌’ ଏବେ ମୁକ୍ତିଲାଭ ଅପେକ୍ଷାରେ ରହିଛି । ତେବେ ଏହି ‘ସ’ ଅକ୍ଷର ଦୁଇ ଯୋଡ଼ିଙ୍କୁ ପୁଣି ଥରେ ଏକାଠି ହେବା ନେଇ ସିନେପ୍ରେମୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

Leave A Reply

Your email address will not be published.