ରାଜ୍ୟସଭାରୁ ନିଲମ୍ବନ ପରେ ଜାଣନ୍ତୁ କ’ଣ କହିଲେ ‘ଆପ’ ସାଂସଦ ସଞ୍ଜୟ ସିଂହ, ଟ୍ୱିଟ୍‌ରେ ଲେଖିଛନ୍ତି କ’ଣ?

ନୂଆଦିଲ୍ଲୀ ୨୭।୭:  ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହଙ୍କୁ ରାଜ୍ୟସଭାରୁ ସପ୍ତାହ ଲାଗି ନିଲମ୍ବନ କରାଯାଇଛି। କାଗଜ ଚିରି ଆସନ ଉପରକୁ ଫୋପାଡିବା ଅଭିଯୋଗରେ ତାଙ୍କୁ ଗୃହ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସଂସଦରେ ହଟ୍ଟଗୋଳ ଓ ଅବମାନନା ଲାଗି ଏପର୍ଯ୍ୟନ୍ତ ରାଜ୍ୟସଭାରୁ ୨୦ ଓ ଲୋକସଭାରୁ ୪ ସାଂସଦ ନିଲମ୍ବନ ହେଲେଣି। ଏଥିରେ ଆପ ସାଂସଦ ସଞ୍ଜୟ ସିଂହ ମଧ୍ୟ ନିଲମ୍ବିତ ହୋଇଛନ୍ତି। ନିଲମ୍ବନ ପରେ ସଞ୍ଜୟ ସିଂହ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ମୋଦିଜୀ ସସପେଣ୍ଡ କରିଦେଇଛନ୍ତି ସତ ହେଲେ ମୁଁ ଲଢୁଥିବି ଓ ଜବାବ ମାଗୁଥିବି ବୋଲି ସଂଞ୍ଜୟ ସିଂହ ଟ୍ୱିଟ୍‌ କରିଛନ୍ତି। ରାଜ୍ୟସଭା ଉପବାଚସ୍ପତି ହରିବଂଶ ନାରାୟଣ ସିଂହ ଏ ବାବଦରେ କହିଛନ୍ତି ଯେ ସଞ୍ଜୟ ୱେଲରେ ଥିଲେ ଓ ହଟ୍ଟଗୋଳ କରୁଥିଲେ। ଏଥିରେ ସେ କାଗଜ ଚିରି ଆସନ ଉପରକୁ ଫୋପାଡିବା ଆସନର ସମ୍ପୂର୍ଣ୍ଣ ଅବମାନନା ବୋଲି ଉପବାଚସ୍ପତି କହିଛନ୍ତି। ଏଣୁ ସଞ୍ଜୟ ସିଂହଙ୍କ ବିରୋଧରେ ରାଜ୍ୟସଭାରେ ମୋସନ ଅଣାଯିବା ସହ ବାଚନିକ ଭୋଟରେ ଗୃହୀତ କରାଯାଇଛି। ଏଥିରେ ସଞ୍ଜୟ ସିଂହଙ୍କୁ ସଂସଦ ପରିସରରୁ ବାହାର କରିଦିଆଯାଇଛି।

Leave A Reply

Your email address will not be published.