ଗୁରୁ ନାଁରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ୍ ଗଲେ ଶିକ୍ଷକ

ଟାଙ୍ଗୀ ୨୭/୦୭: ଗୁରୁ ପବିତ୍ର ଶବ୍ଦ । ହେଲେ ଏହି ଶବ୍ଦ ଏବେ ହୋଇପଡିଛି ଅପବିତ୍ର । ଶିକ୍ଷା ଦେବତାଙ୍କ ନାଁ ଲାଗିଛି କଳଙ୍କ । ଏହି ଶିକ୍ଷକ ଜଣକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଶିକ୍ଷା ଦେବା ବଦଳରେ କିଭଳି ଯୌନ ଶୋଷଣ କରୁଥିଲେ ତାହାର ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିକ୍ଷକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଧିନସ୍ଥ ନନ୍ଦିଘର ଗ୍ରାମର ରାଜେଶ ବେହେରା । ରାଜେଶ ଏବେ ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମରେ ଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରୁଛନ୍ତି । ରାଜେଶ ଆଜକୁ ଦେଢବର୍ଷ ପୂର୍ବେ ଟ୍ୟୁସନ କରିବା ସମୟରେ ଏକାଧିକ ଛାତ୍ରୀ ମାନଙ୍କୁ ଯୌନ ଶୋଷଣ କରୁଥିଲେ । ସେ-ସବୁକୁ ନିଜ ମୋବାଇଲରେ ଫଟୋସୁଟ୍ କରି ରଖୁଥିଲେ । ଏକଥା ନାବାଳିକା ଛାତ୍ରୀମାନେ ଭୟଭ୍ରାନ୍ତି ଯୋଗୁଁ ପରିପ୍ରକାଶ କରିନଥିଲେ । ଏତିକିରେ ରାଜେଶର ମନ ବୁଝିନଥିଲା । ପରେ ପୁଣି ସେହି ଛାତ୍ରୀମାନଙ୍କୁ ପୁଣି ଯୌନକ୍ଷୁଧା ମେଣ୍ଟାଇବା ପାଇଁ ବ୍ଲାକ୍-ମେଲ୍ କରିବା ଆରମ୍ଭ କରିଥିଲେ । ଆଉ ଯେତେବେଳେ ଏହି ପିଡୀତାମାନେ ବଦମାସ ଶିକ୍ଷକ ରାଜେଶ କଥାରେ ଅମଙ୍ଗ ହୋଇଥିଲେ ।

Leave A Reply

Your email address will not be published.