ଏକାସାଙ୍ଗେ ଆତ୍ମହତ୍ୟା କଲେ ତିନି ଝିଅ, ଘର ସମ୍ମୁଖ ନିମ ଗଛରୁ ମିଳିଲା ଝୁଲନ୍ତା ମୃତଦେହ

ଭୋପାଳ ୨୭।୦୭ : ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଏକ  ନିମ ଗଛରେ ଝୁଲୁଛି ତିନି ଭଉଣୀଙ୍କ ମୃତଦେହ । ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାମ ସୌନୁ, ସାବତ୍ରୀ ଓ ଲଳିତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ମିଳିଥିବା ଖବର ଅନୁଯାୟୀ, ଖଣ୍ଡଓ୍ୱା ଜିଲ୍ଲାର ଏକ ଗାଁରେ ଜାମ୍‌ ସିଂହଙ୍କ ପରିବାର ରୁହନ୍ତି । କିଛି ଦିନ ତଳେ ଜାମ୍‌ ସିଂହଙ୍କ ମୃତ୍ୟୁ ହୋଇଯାଇଥିଲା । ଏବେ ତାଙ୍କ ଘରେ ପତ୍ନୀ ଓ ତିନି ଝିଅ ରୁହନ୍ତି । କିନ୍ତୁ ଗତ ରାତିରେ ମା ଅନ୍ୟ ଏକ ଘରେ ଶୋଇଥିବା ବେଳେ ତିନି ଝିଅ ଅଲଗା ରୁମ୍‌ରେ ଶୋଇଥିଲେ । ବିଳମ୍ବିତ ରାତେରେ ହଠାତ୍‌ ମାଆଙ୍କର ନିଦ ଭାଙ୍ଗିଯାଇଥିଲା । ସେ ଦେଖିଲା ବେଳକୁ ଝିଅମାନେ ଶୋଇଥିବା ରୁମ୍‌ ଖାଲି ପଡିଛି । ସେ ତୁରନ୍ତ ଘରର ମୁଖ୍ୟ ଦ୍ୱାର ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ତାହା ବାହାର ପଟୁ ବନ୍ଦ ଥିବାରୁ ଖୋଲିନଥିଲା । ଯାହାକୁ ନେଇ ମାଆ ବହୁ ଜୋରରେ ପାଟି କରିବାକୁ ଲାଗିଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଆସି ଘରର କବାଟ ଖୋଲିଥିଲେ ।

Leave A Reply

Your email address will not be published.