ମଙ୍କିପକ୍ସ ପାଇଁ ତତ୍‌ପର ସରକାର: ଭ୍ୟାକ୍ସିନ ଓ ଟେଷ୍ଟିଂ କିଟ୍ ପାଇଁ ଟେଣ୍ଡର ଆହ୍ୱାନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତରେ ଏକାଧିକ ରାଜ୍ୟରରୁ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ତତ୍‌ପର ହୋଇଛନ୍ତି ଭାରତ ସରକାର। ମଙ୍କିପକ୍ସ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଏକ୍ସପ୍ରେସ ଅଫ୍ ଇଣ୍ଟରେଷ୍ଟ ବା ଟେଣ୍ଡର ଆହ୍ୱାନ କରିଛନ୍ତି ଭାରତ ସରକାର। କେବଳ ଭ୍ୟାକ୍ସିନ ନୁହେଁ ଟେଷ୍ଟ କିଡ୍‌ର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ଭ୍ୟାକ୍ସିନ ଓ ଟେଷ୍ଟିଂ କିଟ୍‌ ଉଭୟ ଘରୋଇ ଓ ପବ୍ଲିକ ପାର୍ଟରଶିପ୍‌ ମୋଡ୍‌ରେ ତିଆରି କରାଯିବ। ସୂଚନା ଥାଉକି ଦେଶରେ ଏପର୍ଯ୍ୟନ୍ତ ୪ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସେଗୁଡ଼ିକ ମଧ୍ୟରୁ ୩ଜଣ କେରଳରୁ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ଦିଲ୍ଲୀରୁ ଚିହ୍ନଟ ହୋଇଛି। ସମସ୍ତ ପଜିଟିଭ୍ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିବା ବେଳେ ସମସ୍ତ ରୋଗୀ ଧୀରେ ଧୀରେ ସୁସ୍ଥ ହେଉଥିବା ସୂଚନା ମିଳିଛି। ଏହା ବ୍ୟତୀତ ମଙ୍କିପକ୍ସରେ ଅନେକ ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛି। ଏମାନଙ୍କ ସାମ୍ପଲ ରିପୋର୍ଟ ଆସିବା ପରେ ମାମଲା ସ୍ପଷ୍ଟ ହେବ। ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ ଅନୁସାରେ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ କମ୍ପାନୀମାନେ EOI ଜମା କରିପାରିବେ। ICMR ଏନେଇ ପ୍ରତିକ୍ରିୟା ଦେଇ କହିଛି ଯେ ମଙ୍କିପକ୍ସ ପାଇଁ ୱାନ୍‌ ଭ୍ୟାକ୍ସିନ ଓ ୱାନ୍ ସ୍ପେଶିଫିକ୍ ଚିକିତ୍ସାର ମଞ୍ଜୁରୀ ଦିଆଯାଇଛି। ହେଲେ ସାମଗ୍ରୀର ଉପଲବ୍ଧତା ବହୁତ କମ ରହିଛି। ୨୦୧୯ର ମଙ୍କିପକ୍ସକୁ ରୋକିବା ପାଇଁ ଭ୍ୟାକ୍ସିନକୁ ଅନୁମତି ମିଳିଥିଲା। ଏହା ଦୁଇ ଡୋଜବାଲା ଭ୍ୟାକ୍ସିନ ହୋଇଥିବା ବେଳେ ଏହାର ଉପଲବ୍ଧତା କମ୍ ରହିଛି।

Leave A Reply

Your email address will not be published.