BSNLର ରିଭାଇଭଲକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୁଧବାର ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ)ର ରିଭାଇଭଲକୁ ମଞ୍ଜୁର କରିଛନ୍ତି। ଅନୁଷ୍ଠିତ ବୈଠକରେ ବିଏସଏନଏଲର ରିଭାଇଭଲ ଲାଗି ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ହୋଇଥିବା ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ମନ୍ତ୍ରୀମଣ୍ଡଳର ଏହି ନିଷ୍ପତ୍ତି ସହିତ ବିଏସଏନଏଲ ଓ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡର ମର୍ଜରକୁ ମଧ୍ୟ ସବୁଜ ସଂକେତ ମିଳିଛି। ଅନୁଷ୍ଠିତ ବୈଠକରେ କ୍ୟାବିନେଟ୍ କମିଟି ଅନ ଇକୋନମିକ ଆଫାୟାର୍ସ (ସିସିଇଏ) ବୈଠକ ମଧ୍ୟ ହୋଇଛି।  ରିଭାଇଭଲକୁ ମନ୍ତ୍ରୀମଣ୍ଡଳର ମଞ୍ଜୁରୀ ସହ  ବିଏସଏନଏଲକୁ ୫.୬୭ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବର କେବୁଲର କଣ୍ଟ୍ରୋଲ ମିଳିଯିବ। ଉଲ୍ଲେଖଯୋଗ୍ୟ ଯେ ସରକାର ଆଗାମୀ ୩ ବର୍ଷରେ ବିଏସଏନଏଲ ଲାଗି ୨୩ ହଜାର କୋଟି ଟଙ୍କାର ବଣ୍ଡ ଜାରି କରିବେ। ଏହା ସହ ସରକାର ଏମଟିଏନଏଲ ଲାଗି ଆଗାମୀ  ୨ବର୍ଷରେ ୧୭,୫୦୦ କୋଟି ଟଙ୍କାର ବଣ୍ଡ ଜାରି କରିବାର ଯୋଜନା ରଖିଛନ୍ତି। ରିଭାଇଭଲ ପ୍ୟାକେଜ୍ ବିଏସଏନଏଲର ୪ଜି ସେବା ଅପଗ୍ରେଡ କରିବାରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ ଯେ ବିଏସଏନଏଲ ନିକଟରେ ୬.୮୦ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ ଫାଇଭର ନେଟୱାର୍କ ରହିଛି।

Leave A Reply

Your email address will not be published.