ବିଶାଳ ଛକା ମାରିଲେ ଶୁଭମନ ଗିଲ୍, ଷ୍ଟାଡିୟମ ବାହାରେ ପଡିଲା ବଲ୍

ନୂଆଦିଲ୍ଲୀ, ୨୮|୦୭:  ଭାରତ ଓ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ବୁଧବାର ସିରିଜର ତୃତୀୟ ଦିନିକିଆ ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟୀ ହେବା ସହ ସିରିଜକୁ ମଧ୍ୟ ମୂଳପୋଛ କରିଛି । ମ୍ୟାଚର ହିରୋ ଥିଲେ ଶୁଊମନ ଗିଲ୍ । ସେ ଦମଦାର୍ 98 ରନ୍ କରିଥିଲେ । ତେବେ ଶୁଭମନ ଗିଲ୍ ଏପରି ଏକ ସଟ୍ ଖେଳିଥିଲେ ଯାହା ସବୁଠୁ ସ୍ୱତନ୍ତ୍ର ଥିଲା । ସେ ମାରିଥିବା ଏକ ଛକାରେ ବଲ୍ ଷ୍ଟାଡିୟମର ବାହାରକୁ ଚାଲିଯାଇଥିଲା । ଯାହାର ଫଟୋ ଭାଇରାଲ ହେବାରେ ଲାଗିଛି । ଭାରତୀୟ ଇନିଂସର ୧୫ ତମ ଓଭରରେ ବୋଲିଂ କରୁଥିଲେ ଇଣ୍ଡିଜ ବୋଲର ହେଡେନ୍ ଓ୍ୱାଲ୍ସ । ଆଉ କ୍ରିଜରେ ଥିଲେ ଶୁଭମନ ଗିଲ୍ । ଓଭରର ଦ୍ୱିତୀୟ ବଲରେ ଶୁଭମନ ଆଗକୁ ବଢି ଲଗ୍ ଅନରେ ଏକ ସଟ୍ ଖେଳିଥିଲେ । ଏହି ବଲ ଏତେ ଉଚ୍ଚା ଓ ଦୂରକୁ ଯାଇଥିଲା ଯେ ସମସ୍ତେ ଚକିତ ହୋଇଯାଇଥିଲେ । ଶୁଭମନ ୧୦୪ ମିଟରର ଲମ୍ବା ଛକା ମାରିଥିଲେ । ଏହା ଷ୍ଟାଡିୟମ ଛାତ ଉପରେ ପଡି ବାହାରକୁ ଚାଲିଯାଇଥିଲା । ଏହାପରେ ଅମ୍ପାୟାରଙ୍କୁ ନୂଆ ବଲ୍ ଆଣିବାକୁ ପଡିଥିଲା ।ସୂଚନାଯୋଗ୍ୟ, ମୁକାବିଲାରେ ଶୁଭମନ ଓ ଶିଖର ଧାଓ୍ୱନ ଓପନିଂ ସମ୍ଭାଳିଥିଲେ । ବର୍ଷା ବାଧାପ୍ରାପ୍ତ ମୁକାବିଲା ୩୬ ଓଭରର ଖେଳାଯାଇଥିଲା । ଯେଉଁଥିରେ ଭାରତ ବିଜୟୀ ହେବା ସହ ସିରିଜକୁ କ୍ଲିନସ୍ୱିପ୍ କରିଛି ।

Leave A Reply

Your email address will not be published.