୬ ବର୍ଷର ଶିଶୁକୁ ଦୁଷ୍କର୍ମ କଲେ ମୌଳବୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୨୮/୦୭:  ଭୟଙ୍କର ଘଟଣା । ୬ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କଲେ ମୌଳବୀ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସମ୍ଭଲରେ । ପୋଲିସ ଅଭିଯୁକ୍ତ ମୌଳବୀଙ୍କୁ ଗିରଫ କରି  ତଦନ୍ତ ଆରମ୍ଭ କରିଛି । ସୂଚନାନୁସାରେ, ପ୍ରଥମେ ନାବାଳିକାଙ୍କ ମାଆ ପୋଲିସରେ ଅଭିଯୋଗ କରିଥିଲେ । ସେ କହିଥିଲେ ଯେ, ଅଭିଯୁକ୍ତ ଶିଶୁ ସହ ମଙ୍ଗଳବାର ଦୁଷ୍କର୍ମ କରିଥିଲା । ମସଜିଦ ନିକଟବର୍ତ୍ତୀ ଏକ କୋଠରୀରେ ଶିଶୁଟି ଦୁଷ୍କର୍ମର ଶିକାର ହୋଇଥିଲା । ପୋଲିସର କହିବାନୁସାରେ, ବୁଧବାର ଦୁଷ୍କର୍ମ ନେଇ ମାମଲା ରୁଜୁ ହୋଇଥିଲା । ଧାରା ଆଇପିସି 376 ଅନୁସାରେ ତଦନ୍ତ ହେଉଛି । ଶିଶୁଟିକୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଛି । ଯାହାର ରିପୋର୍ଟ ଆସିନାହିଁ । ସମ୍ଭଲ ଥାନା ଅଧିକାରୀ କହିଛନ୍ତି ଯେ, ଅଭିଯୋଗ ପାଇଲା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ତଦନ୍ତ ଜାରି ରହିବା ସହ ଅଭିଯୁକ୍ତକୁ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.