ସିରିଜ୍ କ୍ଲିନ୍ ସ୍ୱିପ୍ କଲା ଭାରତ : ଶେଷ ଦିନିକିଆରେ ୧୧୯ ରନରେ ହାରିଲା ଓ୍ୱେଷ୍ଟ୍ ଇଣ୍ଡିଜ

ପୋର୍ଟ ଅଫ ସ୍ପେନ,୨୮/୦୭: ଘରୋଇ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩ଟି ଯାକ ମ୍ୟାଚ୍‌ ଜିତି ଭାରତ ଦିନିକିଆ ସିରିଜ ପୋଛି ନେଇଛି । ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ତୃତୀୟ ଦିନିକିଆରେ ଭାରତ ୧୧୯ ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୬ ଓଭରରେ ୩ ୱିକେଟ୍‌ ହରାଇ ୨୨୫ ରନ୍‌ କରିଥିଲା । ବର୍ଷା ବାଧକ ସାଜିବା ଫଳରେ ଡକ୍‌ ୱର୍ଥ ଲୁଇସ ନିୟମ ଅନୁଯାୟୀ ୱେଷ୍ଟ ଇଣ୍ଡିଜ୍‌ ସମ୍ମୁଖରେ ବିଜୟ ପାଇଁ ୩୫ ଓଭରରେ ୨୫୭ ରନ୍‌ ଧାର୍ଯ୍ୟକରାଯାଇଥିଲା । ଜବାବରେ ଦଳ ୨୬ ଓଭରରେ ୧୩୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ବୁଧବାର ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଶିଖର ଧାୱନ ଓ ଶୁଭମନ ଗିଲ୍‌ ଦର୍ଶନୀୟ ସସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଧାୱନ ୬୨ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଶେଷରେ ୨୩ତମ ଓଭରରେ ହେଡେନ ୱାଲ୍ସ ଯୋଡି ଭାଙ୍ଗିବାରେ ସଫଳ ହୋଇଥିଲେ । ଧାୱନ ବ୍ୟକ୍ତିଗତ ୫୮ ନର୍‌ କରି ଆଉଟ୍‌ ହୋଇଥିଲେ । ଏହି ଇନିଂସରେ ସେ ୭ଟି ଚୌକା ମାରିଥିଲେ । ପରେ ପରେ ଗିଲ୍‌ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପ୍ରଥମ ୱିକେଟ୍‌ର ପତନ ପରେ ଶ୍ରେୟାସ ଆୟର କ୍ରିଜ୍‌କୁ ଓହ୍ଲାଇଥିଲେ । ଉଭୟ ଦଳୀୟ ସ୍କୋରକୁ ୧୧୫ରେ ପହଞ୍ଚାଇବା ପରେ ବର୍ଷା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.