ତୁଟିଲା ବିବାଦ, ଏକାଠି ହୋଇ କାମ କରିବ ମହାସଂଘ

ଭଦ୍ରକ ୩୦।୭: ମହିଳା ମହାସଂଘର ବିବାଦ ତୁଟିଲା । ସ୍ବୟଂସହାୟକ ଗୋଷ୍ଠୀର ଗୋଟିଏ ସଂଘ ମହାସଂଘକୁ ନେଇ କେତେକ ଅଭିଯୋଗ କରିଥିଲେ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ଗ୍ରାମସ୍ତରୀୟ ମହାସଂଘ ଗଠିତ ହୋଇଥିଲା । ୫ଟି ଗ୍ରାମକୁ ନେଇ ୯ଟି ମଞ୍ଚ ଖୋଲିଥିଲେ । କିନ୍ତୁ ଗୋଟିଏ ମଞ୍ଚ କେତେକ ଅଭିଯୋଗ ନେଇ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ପତ୍ର ଦେଇଥିଲେ । କିନ୍ତୁ ପରେ ଅଭିଯୋଗକାରୀ ମଞ୍ଚର ସଦସ୍ୟମାନେ ମହାସଂଘ ସହ ମିଳିତ ଭାବେ କାମ କରିବା ସହ ବିବାଦର ସମାଧାନ ହୋଇଥିବା ଗ୍ରାମସ୍ତରୀୟ ମହାସଂଘ ସଭାପତି କହିଛନ୍ତି ।

Leave A Reply

Your email address will not be published.