Commonwealth Games 2022: ଭାରତକୁ ମିଳିଲା ପ୍ରଥମ ପଦକ

ବର୍ମିଂହାମ: ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ତମ ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ଵିତୀୟ ଦିନରେ ଭାରତକୁ ପ୍ରଥମ ପଦକ ମିଳିଛି। ଭାରୋତ୍ତୋଳନକାରୀ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ସେ ୫୫ କିଗ୍ରା ବର୍ଗରେ ଏହି ଉପଲବ୍ଧି ହାସଲ କରିଛନ୍ତି। ସେ ସ୍ଵର୍ଣ୍ଣପଦକ ମଧ୍ୟ ଜିତି ପାରିଥାନ୍ତେ। ହେଲେ ଫାଇନାଲରେ ଦ୍ଵିତୀୟ ପ୍ରୟାସରେ ଆହତ ହୋଇଥିଲେ। ଏହା ସତ୍ତ୍ଵେ ବି ସେ ତୃତୀୟ ପ୍ରୟାସ କରିଥିଲେ। କିନ୍ତୁ ତାଙ୍କ ଆହତ ସମସ୍ୟା ଆହୁରି ଗମ୍ଭୀର ହୋଇ ଯାଇଥିଲା। ଫଳରେ ତାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ଵିତୀୟ ଦିନରେ ସଙ୍କେତ ସରଗର ୫୫ କିଲୋ ଭାରୋତ୍ତୋଳନ ପ୍ରତିଯୋଗିତାର ଫାଇନାଲରେ ୧୩୫ କିଲୋଗ୍ରାମ ଉଠାଇଥିଲେ। ମାଲେସିଆର ଅନୀକ ୧୪୨ କିଲୋଗ୍ରାମ ଉଠାଇ ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।

Leave A Reply

Your email address will not be published.