ଆପ୍ ନେତାଙ୍କୁ ହତ୍ୟା, ଜିମରେ ଗୁଳି କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ, ୦୧|୦୮ :  ଆମ୍ ଆଦମୀ ପାର୍ଟି ନେତାଙ୍କୁ ହତ୍ୟା । ପଞ୍ଜାବର ମଲେରକୋଟଲାରେ ଜଣେ ଆପ୍ ନେତାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଶିକାର ନେତା ହେଲେ ମହମ୍ମଦ ଆକବର । ସେ ଜଣେ ସ୍ଥାନୀୟ କାଉନସିଲର ମଧ୍ୟ । ତାଙ୍କୁ ଦୁର୍ବୃତ୍ତମାନେ ଜିମ୍ ମଧ୍ୟରେ ଅତି ନିକଟରୁ ଗୁଳି କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମଲେରକୋଟଲାର ବରିଷ୍ଠ ପୋଲିସ ଅଧିକ୍ଷକ ଅବନୀତ କୌର ସିଦ୍ଧୁଙ୍କ କହିବାନୁସାରେ, ମହମ୍ମଦ ଆକବର ଜିମକୁ ଆସିଥିଲେ । ସେଠାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଆକବରଙ୍କୁ ଗୋଟିଏ ଗୁଳି ବାଜିଥିଲା । ସେଥିରେ ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ପ୍ରାରମ୍ଭିକ ତଦନ୍ତରେ ଜଣାପଡିଛି ଯେ, ମହମ୍ମଦଙ୍କୁ ହତ୍ୟା ନେଇ ପୂର୍ବରୁ ଷଡଯନ୍ତ୍ର କରାଯାଇଥିଲା । ବ୍ୟକ୍ତିଗତ କାରଣ ପାଇଁ ତାଙ୍କୁ ହତ୍ୟା କରାଯାଇଛି । ଘଟଣା ସିସିଟିଭିରେ କଏଦ ହୋଇଛି । ମାମଲାର ତଦନ୍ତ ଜାରି ରହିଥିବା ପୋଲିସ କହିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ମହମ୍ମଦ ଜିମରେ ଜଣେ ଅଜଣା ବ୍ୟକ୍ତିଙ୍କ ପାଖକୁ ଯାଉଛନ୍ତି । ମହମ୍ମଦ ତାଙ୍କ ପାଖରେ ପହଁଚିଲା ପରେ ହଠାତ ବ୍ୟକ୍ତିଜଣଙ୍କ ତାଙ୍କୁ ଗୁଳି କରୁଛନ୍ତି । ଏହାପରେ ସେଠାରୁ ଫେରାର ହୋଇଯାଉଛନ୍ତି । ଏହି ଘଟଣାରେ ଦୁଇ ଜଣଙ୍କ ସଂପୃକ୍ତି ରହିଛି । ସେମାନଙ୍କୁ ଗିରଫ ପାଇଁ ଚଢାଉ କରାଯାଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.