ଅଗଷ୍ଟ ପହିଲାରେ ପାଳିତ ହେଉଛି ସମ୍ବଲପୁରୀ ଦିନ୍

ସମ୍ୱଲପୁର ୦୮/୦୧: ଆଜି ସାରା ପଶ୍ଚିମ ଓଡିଶା ପାଳୁଛି ସମ୍ବଲପୁରୀ ଦିନ୍ । ପ୍ରତିବର୍ଷ ଅଗଷ୍ଟ ୧ତାରିଖକୁ ସମ୍ବଲପୁରୀ ଦିିନ୍ ଭାବେ ପାଳି ଆସୁଛି ପଶ୍ଚିମ ଓଡିଶା । ସମ୍ବଲପୁରୀ ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଦନ୍ମ ଦିନକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଉଛି । ସମ୍ବଲପୁରୀ କପଡା ପିନ୍ଧିବା ସହ ସମ୍ବଲପୁରୀ ନୃତ୍ୟ ଗୀତର ଆସର ଜମୁଛି । ଏହି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡିଶାବାସୀ । ତେବେ ସମ୍ବଲପୁର ଜେଲ ଛକରୁ କଚେରୀ ଛକ ଓ ଗଙ୍ଗାଧର ମଣ୍ଡପ ୨ଟି ସ୍ଥାନରେ ଚଳିତ ବର୍ଷ ଆୟୋଜନ ହେଉଛି । ବିଭିନ୍ନ ସଂଗଠନ ଏହାକୁ ବିଭିନ୍ନ ଜିଲ୍ଲାରେ ପାଳନ କରି ଆସୁଛନ୍ତି । ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ ।

Leave A Reply

Your email address will not be published.