ପିକଅପ୍ ଭ୍ୟାନରେ ନିଆଁ : ଜଳିଗଲେ ୧୦ କାଉଡିଆ

ନୂଆଦିଲ୍ଲୀ, ୦୧|୦୮ :  ପଶ୍ଚିମବଙ୍ଗ କୁଚବିହାରରେ ବଡ ଅଘଟଣ । ରବିବାର ବିଳମ୍ବିତ ରାତ୍ରରେ ଏକ ପିକଅପ୍ ଭ୍ୟାନ୍ କରେଣ୍ଟ ଲାଗି ଜଳିଯାଇଛି । ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକର ଛାୟା ଖେଳି ଯାଇଛି । ତେବେ ପ୍ରାଣ ହରାଇଥିବା ସମସ୍ତେ କାଉଡିଆ ବୋଲି ଜଣାପଡିଛି । ଏହାସହ ଅଘଟଣରେ ଅନେକ ଗୁରୁତର ମଧ୍ୟ ହୋଇଛନ୍ତି । ରିପୋର୍ଟ ଅନୁସାରେ, ପିକଅପ୍ ଭ୍ୟାନରେ ୨୭ ଜଣ ଥିଲେ । ଏଥିରେ ଥିବା ଏକ ଡିଜେ ସିଷ୍ଟମର ଜେନେରେଟର ତାରରୁ ଭ୍ୟାନରେ ନିଆଁ ଲାଗିଯାଇଥିଲା । ତୁରନ୍ତ ନିଆଁ ସାରା ଭ୍ୟାନକୁ ବ୍ୟାପି ଯାଇଥିଲା । ଫଳରେ ୧୦ ଜଣ ପୋଡି ପ୍ରାଣ ହରାଇଥିଲେ । ଅନ୍ୟ ୧୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୧୬ ଜଣଙ୍କୁ ଜଲପାଇଗୁଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.