ବନ୍ଦ୍ ଘରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ, ଟଙ୍କା ପାଇଁ ମାଲିକଙ୍କୁ ମାରିଦେଲା ଭଡାଟିଆ

ବୋରିଗୁମ୍ମା ୦୮/୦୧: ବନ୍ଦ ଘରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାସ କରିଛି କୋଟପାଡ଼ ପୋଲିସ । ଟଙ୍କା ପାଇଁ ଘର ଭଡାଟିଆ ହିଁ ଘର ମାଲିକଙ୍କୁ ହତ୍ୟା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ପୁରା ଘଟଣା ଉପରୁ ପରଦା ହଟାଇଛନ୍ତି ବୋରିଗୁମ୍ମା SDPO । ଅଭିଯୁକ୍ତ ମାନେ ହେଲେ କିଶୋର ସୁନା ଏବଂ ସୀମାଞ୍ଚଳ ବିନ୍ଧାଣି । ମୃତକ ଅନନ୍ତ ଖରାଙ୍କ ଘରେ ଭଡା ରହୁଥିବା କାଠ ମିସ୍ତ୍ରୀ ଏବଂ ସହଯୋଗୀ ।ଗତ ମାସ ୨୯ତାରିଖ ଦିନ କୋଟପାଡ଼ ମିଶନ କମ୍ପାଉଣ୍ଡର ଏକ ବନ୍ଦ କୋଠରୀରୁ ଅନନ୍ତ ଖରାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା କୋଟପାଡ଼ ପୋଲିସ । ପୋଲିସ ସୂଚନା ମୁତାବକ ଅନନ୍ତ ଖରା ନିଜେ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ଘରେ ଦୀର୍ଘଦିନ ହେବ ଭଡାରେ ଅଭିଯୁକ୍ତ ରହୁଥିଲେ । ତେବେ ଅନନ୍ତ ଖରା ନିଜ ପାଖରେ ଲକ୍ଷାଧିକ ଟଙ୍କା ରଖିଥିବା ଅଭିଯୁକ୍ତ ମାନେ ଜାଣିବାକୁ ପାଇଥିଲେ । ତେଣୁ ଟଙ୍କା ଲୁଟ କରିବା ପାଇଁ ଦୁଇ ଅଭିଯୁକ୍ତ ପୂର୍ବ ଯୋଜନା ମୁତାବକ ଘର ମାଲିକଙ୍କୁ ହତ୍ୟା କରି ଟଙ୍କା ନେଇ ଚାଲି ଯାଇଥିଲେ । ଅଭିଯୁକ୍ତ କିଶୋର ସୁନା କାଠ ମିସ୍ତ୍ରୀ ଏବଂ ସହଯୋଗୀ ସୀମାଞ୍ଚଳ ବିନ୍ଧାଣି ଘଟଣା ପରଦା ଠାରୁ ଫେରାର ଥିବାଯୋଗୁଁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା । ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଘଟଣାର ଅନ୍ୟତମ ଅଭିଯୁକ୍ତ କାଠ ମିସ୍ତ୍ରୀର ସହଯୋଗୀ ସୀମାଞ୍ଚଳ ବିନ୍ଧାଣିକୁ ପୋଲିସ କାବୁ କରିଛି ।ଅପରାଧ ସମ୍ପର୍କରେ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ତାଙ୍କ ଠାରୁ ୨ଲକ୍ଷ ୪୪ ହଜାର ୪ଶହ ଟଙ୍କା ଜବତ କରିଛି । ମୁଖ୍ୟ ଅଭିଯୁକ୍ତ କାଠ ମିସ୍ତ୍ରୀକୁ ଖୁବ ଶୀଘ୍ର କାବୁ କରାଯିବ ବୋଲି କହିଛନ୍ତି ବୋରିଗୁମ୍ମା SDPO ହରେକୃଷ୍ଣ ମାଝୀ ।

Leave A Reply

Your email address will not be published.