ବୃଦ୍ଧି ପାଇବ ବାଘ ବଂଶ, କ୍ୟାମେରାରେ କଏଦ ହେଲା ବିରଳ ପ୍ରଜାତିର ବାଘ

ବାରିପଦା ୦୮/୦୧: ବିଶ୍ୱ ବ୍ୟାଘ୍ର ଦିବସରେ ମହାବଳ ବାଘର ଗୋଟିଏ ବିରଳ ପ୍ରଜାତିର ବାଘର ଭିଡିଓ କ୍ଲିପ ଟିଏ ଟ୍ୱିଟ୍ ହେବାପରେ ଏହା ଜାତୀୟ ଗଣମାଧ୍ୟମର ଶିରୋନାମାରେ ସ୍ଥାନ ପାଇଛି । ଏଭଳି ପ୍ରଜାତିର ବାଘର ଚିତ୍ର ପାଇବା ନିଶ୍ଚିତ ଭାବରେ ଖୁସିର କଥା । ତେବେ ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ଲାଗି ଏହା ନୂଆକଥା ନୁହେଁ । ଗତ ୮ବର୍ଷ ଆଗରୁ ଶିମିଳିପାଳରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହିଭଳି ପ୍ରଜାତିର ବାଘର ଚିତ୍ର ଦେଖାଯାଇଛି । ଏହି ପ୍ରଜାତିର ବାଘ ବର୍ତ୍ତମାନ ପର୍ଯ୍ୟନ୍ତ ଶିମିଳିପାଳ ରେ ରହିଛନ୍ତି ବୋଲି ଏସ.ଟି.ଆର. ସୂଚନା ଦେଇଛି। ତେବେ ବର୍ତ୍ତମାନ ଏହି ବିରଳ ପ୍ରଜାତିର ବାଘକୁ ନେଇ ଏସ.ଟି.ଆର. ଲାଗି ଏକ ନୂଆ ଚ୍ୟାଲେଞ୍ଜ ମୁଣ୍ଡ ଟେକିଛି । ତାହା ହେଉଛି ଏହି ବିରଳ ପ୍ରଜାତି ର ସଂରକ୍ଷଣ ଓ ବଂଶବୃଦ୍ଧି।

Leave A Reply

Your email address will not be published.