ଅଧା ରହିଗଲା ମହାଦେବଙ୍କୁ ଜଳଲାଗି, ଦୁର୍ଘଟଣାରେ ଚାଲିଗଲା କାଉଡିଆଙ୍କ ଜୀବନ

ସାଲେପୁର ୦୧।୦୮: ଅଧା ରହିଗଲା ମହାଦେବଙ୍କୁ ଜଳାଭିଷେକ। ଦୁର୍ଘଟଣାରେ କାଉଡ଼ିଆଙ୍କ ମୃତ୍ୟୁ। ସାଲେପୁର ବଜାରରେ ଥିବା ମା ମାହେଶ୍ଵରୀ ମନ୍ଦିରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାମ ମିର୍ଜାପୁର ପଞ୍ଚାୟତ ଦେଉଳି ଗାଁର ପ୍ରମୋଦ କୁମାର ଦାସ ବୋଲି ଜଣାପଡିଛି। ଖବର ଅନୁଯାୟୀ, ପ୍ରମୋଦ କୁମାର ଦାସ ନାମକ ଜଣେ ଯୁବକ ସାଲେପୁର ବଟେଶ୍ଵର ଚିତ୍ରୋତ୍ପଳା ନଦୀରୁ ପାଣି ଭାର ନେଇ ମହାଦେବଙ୍କୁ ଜଳାଭିଷେକ କରିବାକୁ ଯାଉଥିଲେ। ରାସ୍ତାରେ ଥକିପଡ଼ି ସାଲେପୁର ବଜାରରେ ଥିବା ମା ମାହେଶ୍ଵରୀ ମନ୍ଦିରରେ ବିଶ୍ରାମ ନେବା ସମୟରେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ସାଲେପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ପ୍ରମୋଦଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.