ଜ୍ଞାନବାପୀ ମାମଲା : ମୁସଲିମ ପକ୍ଷ ପାଇଁ ଲଢୁଥିବା ଆଇନଜୀବୀଙ୍କ ମୃତ୍ୟୁ, ହୃଦଘାତରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ, ୦୧|୦୮ : ମୁସିଲମ ପକ୍ଷଙ୍କ ପାଇଁ ଲଢୁଥିବା ଓକିଲଙ୍କ ନିଧନ । ଶୃଙ୍ଗାର ଗୌରୀ ଓ ଜ୍ଞାନବାପୀ ମାମଲାରେ ମୁସଲିମ ପକ୍ଷ ପାଇଁ ଲଢୁଥିବା ଅଧିବକ୍ତା ଅଭୟ ନାଥ ଯାଦବଙ୍କ ପରଲୋକ ହୋଇଯାଇଛି । ତାଙ୍କୁ ରବିବାର ବିଳମ୍ବିତ ରାତ୍ରରେ ହୃଦଘାତ ଆସିଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ସୂଚନାନୁସାରେ, ଶୃଙ୍ଗାର ଗୌରୀ ଓ ଜ୍ଞାନବାପୀ ମାମଲାରେ ସମସ୍ତ ପକ୍ଷ ମଧ୍ୟରେ ବିତର୍କ ଶେଷ ହୋଇଛି । ଏବେ ଅଗଷ୍ଟ ୪ ତାରିଖରେ ମୁସିଲମ ପକ୍ଷଙ୍କ ତରଫରୁ କୋର୍ଟରେ ଉତ୍ତର ରଖାଯାଇଥିଲା । ଏଥିରେ ଆଇନଜୀବୀ ଅଭୟ ନାଥ ଯାଦବ ବଡ ଭୂମିକା ଗ୍ରହଣ କରିଥାନ୍ତେ । ଏହି ମାମଲାରେ ହିନ୍ଦୁ ପକ୍ଷ ତରଫରୁ ହରିଶଙ୍କର ଜୈନ ଓ ବିଷ୍ଣୁ ଶଙ୍କର ଜୈନ ପକ୍ଷ ରଖୁଛନ୍ତି । ଉଭୟ ପକ୍ଷର ଅଭିଯୋଗର ଶୁଣାଣି ଜାରି ରହିଛି । ବାରଣାସୀରେ ଜିଲ୍ଲା ବିଚାରପତି ଏକେ ବିଶ୍ୱେସଙ୍କ ଅଦାଲତରେ ମାମଲାର ଶୁଣାଣି ଚାଲିଛି ।

Leave A Reply

Your email address will not be published.