ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତି ମଙ୍କିପକ୍ସ ରୋଗୀ ଚିହ୍ନଟ, ୩୫ ବର୍ଷୀୟ ନାଇଜେରିଆର ନାଗରିକ ସଂକ୍ରମିତ

ନୂଆଦିଲ୍ଲୀ, ଅଗଷ୍ଟ ୦୨ : ଜାତୀୟ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସରେ ପୀଡିତ ଥିବା ଆଉ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ୩୫ ବର୍ଷୀୟ ବ୍ୟକ୍ତି ନିକଟରେ ନାଇଜେରିଆ ନିବାସୀ ଓ ସେ ଦିଲ୍ଲୀର ରୁହନ୍ତି । ନିକଟରେ ସେ ବିଦେଶ ଗସ୍ତ କରି ନଥିଲେ । ଦିଲ୍ଲୀରେ ମଙ୍କିପକ୍ସ ଭାଇରସର ଏହା ହେଉଛି ୨ୟ ସଂକ୍ରମିତ ବ୍ୟକ୍ତି । ତେବେ ଦେଶରେ ମଙ୍କିପକ୍ସ ରୋଗୀଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏଥିରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ମଙ୍କିପକ୍ସ ସଂକ୍ରମଣ ଏବେ ରାଜସ୍ଥାନରେ ମଧ୍ୟ ପହଞ୍ଚି ଥିବା ସଂଦେହ ହୋଇଛି । ଏଠାରେ ମଙ୍କିପକ୍ସର ୨ ଜଣ ସଂଦିଗ୍ଧ ସାମ୍ନାକୁ ଆସିଛନ୍ତି । ଜଣେ ଆଜମେର ଓ ଅନ୍ୟଜଣେ ଭରତପୁରର । ଉଭୟଙ୍କୁ ଜୟପୁରସ୍ଥିତ ରାଜସ୍ଥାନ ୟୁନିଭରସିଟି ଅଫ ହେଲ୍‌ଥ ସାଇନ୍ସକୁ ଅଣାଯାଇଛି । ଉଭୟ ରୋଗୀଙ୍କୁ ଆଇସୋଲେଶନରେ ରଖାଯାଇଛି । ସେମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପୁନେ ପଠାଯାଇଛି । ମଙ୍କିପକ୍ସ କାରଣରୁ ଭାରତରେ ପ୍ରଥମ ମୃତ୍ୟୁ ହୋଇଛି । କେରଳରେ ଯେଉଁ ୨୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି, ଏହାକୁ ନେଇ ସ୍ପଷ୍ଟ ମଧ୍ୟ ହୋଇଯାଇଛି । ଜଣାପଡ଼ିଛି ଯେ, ଯୁବକଙ୍କ ମଙ୍କିପକ୍ସ କାରଣରୁ ହୋଇଛି । ସେ ୟୁଏଇରୁ ଫେରିଥିଲେ । ତାଙ୍କର ନମୁନା ସଂଗ୍ରହ କରାଯାଇ ପୁଣେ ପଠାଯାଇଥିଲା ଏବଂ ରିପୋର୍ଟ ପଜଟିଭ ଆସିଥିଲା । 

Leave A Reply

Your email address will not be published.