ଭୁଲିଗଲା ପ୍ରେମ ସମ୍ପର୍କ, ପାହାଡ଼ ଉପରକୁ ଡାକିନେଇ ପ୍ରେମିକାକୁ ଗଳା ଚିପି ହତ୍ୟା କଲା ପ୍ରେମିକ

ଭବାନୀପାଟଣା , ଅଗଷ୍ଟ ୦୧ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସିକେରଗୁଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି। ରଶିରେ ମୃତ ଯୁବତୀଙ୍କ ଗଳାକୁ ବାନ୍ଧି ଗଛରେ ଝୁଲାଇ ଦେଇଛି ପ୍ରେମିକ । ହତ୍ୟାର ଶିକାର ଯୁବତୀ ଜଣକ ସିକେରଗୁଡ଼ା ଗ୍ରାମର ରୁପା ମାଝୀଙ୍କ ଝିଅ ଦୀପା ମାଝୀ(୧୮)। ହତ୍ୟାକାଣ୍ଡ ଗତ ବୁଧବାର ଘଟିଥିବା ବେଳେ ଆଜି ଶବ ମିଳିବା ପରେ ଘଟଣା ସାମ୍ନାକୁ ଆସିଛି । ଗୁଡ଼ାଙ୍ଗ ଗାଁର ଯୁବକ ସାନ ମାଝୀ(୨୫) ଝିଅକୁ ହତ୍ୟା କରିଥିବା ନେଇ ଯୁବତୀଙ୍କ ବାପା ପୁଲିସରେ ଅଭିଯୋଗ କରିଥିଲେ । ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସାନ ମାଝୀଙ୍କୁ ବାନ୍ଧି ଆଣି ପଚରାଉଚରା କରିଥିଲା। ଏହି ସମୟରେ ସେ ଏହି ନାରକୀୟକାଣ୍ଡ ଘଟାଇଥିବା ପୁଲିସ ଆଗରେ ମାନିଛି । ଅନ୍ୟପଟେ ପୁଲିସ ପାହାଡ଼ ଉପରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

Leave A Reply

Your email address will not be published.