ମଦପିଇ ବିବାହ କରବାକୁ ଆସିଥିଲା ବର, ଶାଳୀର ଗଳାରେ ପିନ୍ଧାଇଲା ବରଣମାଳା

ନୂଆଦିଲ୍ଲୀ, ଅଗଷ୍ଟ ୦୨ : ବିବାହ ସମୟରେ ପରିବାର ଓ ସଂପର୍କୀୟମାନେ ଉପସ୍ଥିତ ଥାଆନ୍ତି । ଉଭୟ ବର ଓ କନ୍ୟା ପାଇଁ ଏହି ଦିନଟି ସ୍ୱତନ୍ତ୍ର । ବିଶ୍ୱର ଅନ୍ୟଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରୁ ବିବାହର ସମୟ ଅନ୍ୟତମ । କିନ୍ତୁ ବିବାହ ସମୟରେ ଅନେକ ସମୟରେ ଅଘଟଣ ଓ ଅଭାବନୀୟ ଘଟଣା ଘଟିଥାଏ, ଯାହାକି କେବେବି ପୂର୍ବରୁ ଆଶା କରାଯାଇ ନ ଥାଏ । ବର ଯଦି ମଦ ପିଇକରି ବିବାହ କରିବାକୁ ଆସିଥାଏ, ତା’ହେଲେ ପରସ୍ଥିତି ଭୟଙ୍କର ମଧ୍ୟ ହୋଇଥାଏ । ପରିବାର ଓ ବନ୍ଧୁ ବାନ୍ଧବଙ୍କ ମନରେ କଷ୍ଟ ପହଞ୍ଚି ଥାଏ । ଏକ ଭାଇରାଲ ଭିଡିଓରେ ଏଭଳି ପରସ୍ଥିତି ଦେଖିବାକୁ ମିଳୁଛି । ଭିଡିଓରେ ଦେଖାଯାଉଛି ଯେ, ଜୟମାଳ ସମୟରେ ବର ମଦପିଇଥିବାରୁ ହିତାହିତ ଜ୍ଞାନ ଭୁଲି ଯାଇଛି । ମଂଚ ଉପରେ ସ୍ଥିର ଭାବରେ ଛିଡ଼ା ହେବା ପାଇଁ ବଳ ପାଉନାହିଁ । ତାଙ୍କ ସହିତ ଥିବା ଉପସ୍ଥିତ ଲୋକଙ୍କ ମଧ୍ୟରୁ ବରକୁ ଜଣେ ନିୟନ୍ତ୍ରିତ କରିବାକୁ ଉଦ୍ୟମ କରୁଛି । କନ୍ୟା ପରିବାରକୁ ସଂଦେହ ହେଉଛି ଯେ, ବର ମଦ ପିଇଛି । ସେ କନ୍ୟାକୁ ବରଣମାଳ ପିନ୍ଧାଇବା ସ୍ଥାନରେ ଶାଳୀକୁ ପିନ୍ଧାଇ ଦେଇଛି । ଏଥିରେ କନ୍ୟାର ଭଉଣୀ ରାଗିଯାଇଛି । ଉପସ୍ଥିତ ଲୋକେ ବରକୁ କଟୁକଥା କହିଲା ପରେ ମଧ୍ୟ ସେ ହସୁଛି । ଏହି ଭିଡିଓ ହରିୟାଣାର । ଏହାକୁ divusharma_9 ନାମରେ ଇନଷ୍ଟାଗ୍ରାମ ୟୁଜର ଦ୍ୱାରା ସେୟାର କରାଯାଇଛି ।

Leave A Reply

Your email address will not be published.