ଅଯୋଧ୍ୟାରୁ ଗାଈ-ମଇଁଷି କିଣିବାକୁ ଆସିବେ ତେଲେଙ୍ଗାନା ସରକାର, ଜାଣନ୍ତୁ କାରଣ

ନୂଆଦିଲ୍ଲୀ, ଅଗଷ୍ଟ ୦୨ : ଅଯୋଧ୍ୟାର ଜୁବେରଂଗ ପଶୁମାନଙ୍କ ବଜାର ପାଇଁ ପୂରା ଦେଶରେ ପ୍ରସିଦ୍ଧିଲାଭ କରିଛି । ଜୁବେରଗଂଜ ପଶୁ ବଜାରରୁ ଦେଶର କୋଣ-ଅଣୁକୋଣରୁ ଲୋକେ ପଶୁ କିଣିବାକୁ ଆସିଥାନ୍ତି । ଏବେ ତେଲେଙ୍ଗାନା ସରକାର ଦୁଧିଆଳୀ ଗାଈ ଓ ମଇଁଷି କିଣିବାକୁ ଏଠାକୁ ଆସିବେ । ତେଲେଙ୍ଗାନା ସରକାର ନିଜର ବିଭିନ୍ନ ଜନମଙ୍ଗଳ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳର ଚାଷୀଙ୍କୁ ମାଗଣାରେ ଦୁଧିଆଳୀ ପଶୁ ଦେବେ । ତେଲେଙ୍ଗାନାର ଗୃହମନ୍ତ୍ରୀ ମହମ୍ମଦ ଅଲି ରବିବାର ଜୁବେରଗଂଜ ପଶୁ ବଜାରକୁ ଗସ୍ତ କରିଥିଲେ । ଅଯୋଧ୍ୟାର ସୋହାୱଲରେ ଲଖନଉ-ଫେଜାବାଦ-ଗୋରଖପୁର ରାଜପଥରେ ଥିବା ଜୁବେରଗଂଜ ପଶୁ ବଜାର ଦେଶର ସବୁଠାରୁ ବଡ଼ ପଶୁ ବଜାର ମଧ୍ୟରେ ଅନ୍ୟତମ । ଉତ୍ତର ଭାରତର ଲକ୍ଷ ଲକ୍ଷ ଚାଷୀ ଓ ଡାଏରୀ ମାଲିକଙ୍କ ଆବଶ୍ୟକତାକୁ ପୂରଣ କରିଥାଏ । ତେଲେଙ୍ଗାନାର ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ରାଜ୍ୟକୁ ଦୁଧିଆଳୀ ଗାଈ ଓ ମଇଁଷି ନେବେ । ଏହା ଚାଷୀଙ୍କ ପାଇଁ କଲ୍ୟାଣ ହେବ । ବଜାରର ନିର୍ଦ୍ଦେଶକ ହାଜୀ ଫିରୋଜ ଖାନ ଗବ୍ୱର କହିଛନ୍ତି ଯେ, ତେଲେଙ୍ଗାନା ସରକାର କ୍ଷୀର ଦେଉଥିବା ଗାଈ ଓ ମଇଁଷି ନେବା ଦ୍ୱାରା ସେଠାକାର ଚାଷୀମାନେ ଉପକୃତ ହେବେ । ଗ୍ରାମାଞ୍ଚଳରେ ଆଥିର୍କ ବିକାଶ ଘଟିବ । ଏହା ବ୍ୟତୀତ ସୀମାନ୍ତ ଚାଷୀ ଓ ଗ୍ରାମାଞ୍ଚଳର ଲୋକଙ୍କୁ ଅଧିକ ଲାଭ ପହଞ୍ଚିବ । 

Leave A Reply

Your email address will not be published.