ଏସିଆ କପ୍‌ ୨୦୨୨ : ଟିମ୍‌ରେ ନିଜର ଦାବିଦାର ପାଇଁ ଶେଷ ସୁଯୋଗ, କରିବାକୁ ପଡିବ ଦମ୍‌ଦାର ପ୍ରଦର୍ଶନ

ମୁମ୍ବାଇ ୦୩।୦୮: ଟିମ୍‌ ଇଣ୍ଡିଆ ଏବେ ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି । ଚଳିତ ମାସର ଶେଷରେ ଏସିଆ କପ୍‌ -୨୦୨୨ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ମଧ୍ୟ ଟି-୨୦ ଫର୍ମାଟରେ ଖେଳାଯିବ । ଏସିଆ କପ୍‌ ପାଇଁ ତାରିଖ ମଧ୍ୟ ଘୋଷଣା ସରିଛି । କିନ୍ତୁ ଏବେ ଯାଏଁ ଭାରତୀୟ ଟିମ୍‌ ଘୋଷଣା ହୋଇନାହିଁ । ଏପରି ଭାବେ ଆଗାମୀ ୨ଟି ମ୍ୟାଚ୍‌ ହିଁ ଟିମ୍‌ ଇଣ୍ଡିଆର କିଛି ଖେଳାଳିମାନଙ୍କ ପାଖରେ ଶେଷ ସୁଯୋଗ ରହିଛି । ନଚେତ୍‌ ଆଗାମୀ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରନ୍ତି ।

Leave A Reply

Your email address will not be published.