ସ୍କୁଟିକୁ ଧକ୍କା ଦେଇ ନୟନ ଯୋଡିକୁ ଖସିପଡିଲା କାର୍‌, ଚାଳକ ଫେରାର

ଜଳେଶ୍ୱର ୦୩।୦୮: ସ୍କୁଟିକୁ ଧକ୍କା ଦେଲା କାର୍‌ । ଏହାପରେ ନୟନ ଯୋଡିକୁ ଖସିପଡିଲା କାର୍‌ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ବାଣିଦା ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ,  ୫୭ନଂ ରାଜ୍ୟ ରାଜପଥ ବାଣିଦା ଠାରେ ବୁଧବାର ପାଖାପାଖି ୧୧.୩୦ଟା ସମୟରେ ଚନ୍ଦନେଶ୍ୱର ଆଡୁ ଜଳେଶ୍ୱର ପଟକୁ ଦ୍ରୁତ ଗତିରେ ଏକ କାର୍‌ ଆସୁଥିଲେ । ଏହି ସମୟରେ ଜଳେଶ୍ୱର ଆଡୁ କମର୍ଦା  ଅଞ୍ଚଳକୁ ଆସୁଥିବା ଏକ ସ୍କୁଟିକୁ ଧକ୍କା ଦେଇଥିଲେ କାର୍‌ । ଏହାପରେ ରାସ୍ତା କଡରେ ଥିବା ନୟନଯୋଡିକୁ ଖସି ପଡିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ  ନାମ୍ପୋ ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ଦୁର୍ଘଟଣାଗ୍ରସ୍ଥ କାର୍‌କୁ ମଧ୍ୟ ଜବତ କରିଛି ।

Leave A Reply

Your email address will not be published.